ବେଲପଦା ଜଙ୍ଗଲରେ ଜୁଆ ଆଡ୍ଡା ଉପରେ ଚଢ଼ଉ: ଟଙ୍କା ଜବତ ଦୁଇ ଗିରଫ,୧୧ ଜଣଙ୍କ ନାମରେ ମାମଲା

ଜଂକିଆ, ୧୩/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କମାଗୁରୁ ପଞ୍ଚାୟତ ବେଲପଦା ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କ ନିର୍ଦ୍ଦେଶରେ ସିକୋ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା ଓ ପୂର୍ଣ୍ଣ ଚନ୍ଦ୍ର ରେଡ୍ଡୀ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ୩୧୧୦ ଟଙ୍କା, ଦୁଇଟି ମଟରସାଇକେଲ, ଗୁଡୁ ପାଲି, ଗ୍ଲାସ ଓ ପଲିଥିନ ଜବତ ହୋଇଥିଲା। ଟାଙ୍ଗୀ ଥାନା ଅନ୍ତର୍ଗତ ହଂଶରାଡ଼ି ଗ୍ରାମର କୁମର ରାଉତ ଓ ଗଡିଶିଗଦା ଥାନା ଜଂକିଆଗଡସାହି ଗ୍ରାମର ଅଜୟ ଚଂପତି କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆହୁରି ଫେରାର ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ।

Leave a Reply

Your email address will not be published. Required fields are marked *