ଜାମୁଝରୀରେ ବିଶ୍ବସ୍ତରୀୟ ମଡେଲ କାରାଗାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୦୩/୨୦୨୪ (ଓଡ଼ିଶା ସମାଚାର)-ଜାମୁଝରୀରେ ହେବ ବିଶ୍ବସ୍ତରୀୟ ସବୁଜ ବଳୟ ମଡେଲ କାରାଗାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଞ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା, ଜେଲ ଡିଜି ଅମ୍ରିତ ପ୍ରସାଦ, ଜେଲ ଏଡିଜି ଅମିତାଭ ଠାକୁର, ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ଏହା ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜବଳୟ ମଡେଲ କାରାଗାର ହେବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି କାରାଗାର ବିଶ୍ବସ୍ତରୀୟ ଭିତ୍ତିଭୂମୀ ରହିବ । ପ୍ରଥମ ପର୍ୟ୍ୟାୟରେ ୩୫ ଏକର ଜମିରେ ଜେଲ ନିର୍ମାଣ କରାଯିବ । ଆଗାମୀ ୫୦ ବର୍ଷର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଜେଲର ପରିକଳ୍ପନା କରିଛନ୍ତି । ଜେଲଟି ସଂପୂର୍ଣ୍ଣ ଆଶ୍ରମ ଢାଞ୍ଚାରେ ନିର୍ମାଣ କରାଯିବ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ଅନେକ ରିସର୍ଚ୍ଚ ଓ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଗୁରଗାଓଁ, ରୋହତକ, ପାନିପଥ, ଅମ୍ରିତସର, ଦିଲ୍ଲୀର ତିହାର ଓ ମଡେଲ ଜେଲ୍ ଏବଂ ହରିଆନାର ନୁହ୍ ଜେଲ ପରିଦର୍ଶନ ପରେ ଜାମୁଝରୀ ସବୁଜ ବଳୟ ମଡେଲ କାରାଗାରର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଏହି କାରାଗାର ୫ଞ ଉପକ୍ରମରେ ନିର୍ମାଣ କରାଯିବ । ଏହି ମଡେଲ ଜେଲରେ ପ୍ରଥମ ପର୍ୟ୍ୟାୟରେ ୨ ହଜାର ୫ଶହ କଏଦୀ ଏବଂ ଦ୍ବିତୀୟ ପର୍ୟ୍ୟାୟରେ ଆଉ ୨ ହଜାର ୫ଶହ କଏଦୀ ରହିବାର କ୍ଷମତା ରହିବ ।

Leave a Reply

Your email address will not be published. Required fields are marked *