ଭୁବନ ୨୮/୧୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ , ବଉଳ ଛକ ,ଲତାବିଲ ର “ଶ୍ରୀ ମହାଲକ୍ଷ୍ମୀ ସେବା ସଂଗଠନ” ତରଫରୁ ରଗଡ଼ି ଶ୍ମଶାନ ସଫା କରାଯାଇଛି । ସାମାଜିକ କାର୍ଯ୍ୟ ଓ ସେବା କୁ ସର୍ବଦା ଗୁରୁତ୍ବ ଦେଇ ବିଭିନ୍ନ ଜନ ହିତକର କାର୍ଯ୍ୟ କରୁଥିବା ବେଳେ ଦୀର୍ଘଦିନ ହେଲା ଅବହେଳିତ ଅବସ୍ଥାରେ ଥିବା ରଗଡ଼ି ଶ୍ମଶାନ କୁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସଫା କରି ସାରା ସହରରେ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସଭାପତି ସନ୍ତୋଷ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ପ୍ରଦୀପ୍ତ କୁମାର ମହାରଣା,କୋଷାଧ୍ୟକ୍ଷ ମନୋଜ କୁମାର ଦାସ , ଦିଲ୍ଲୀପ କୁମାର ରାଉତ,ପ୍ରକାଶ ରାଉତ , ଜଳଧର ବେହେରା , ସଞ୍ଜୀବ କୁମାର ମହାନ୍ତି , ଅକ୍ଷୟ ବିହାରୀ , ଉମେଶ ଚନ୍ଦ୍ର ଦାସ,ପ୍ରଶାନ୍ତ ମହାନ୍ତି,ସୌମ୍ୟ ରଂଜନ ପାଲ,ଲକ୍ଷ୍ମୀକାନ୍ତ ସାହୁ,ବଳରାମ ଦାସ,ଚିନ୍ମୟ ମହାରଣା,ଦୁର୍ଯୋଧନ ବେହେରା ପ୍ରମୁଖ ଉପସ୍ଥିତ ରହି ସଫେଇ କରିଥିଲେ । ଗତ ୭ ତାରିଖ ରବିବାର ଦିନ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହିତ କୁମର୍ଦ୍ଦା ଗ୍ରାମ ରେ ଅଭାବୀ ଲୋକ ଙ୍କୁ ଶୀତ ବସ୍ତ୍ର ( କମ୍ବଳ) ବଣ୍ଟନ କରାଯାଇଥିଲା। ଏଭଳି ନିଆରା କାର୍ଯ୍ୟ ପାଇଁ ଅନୁଷ୍ଠାନକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।
