ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରିବାକୁ କେନ୍ଦ୍ରାପଡା ଏନପିଏସ ଶିକ୍ଷକଙ୍କ ଚେତାବନୀ –

କେନ୍ଦ୍ରାପଡା,୧୨/୦୩/୨୦୨୪ (ଓଡ଼ିଶା ସମାଚାର)-୨୦୦୪ ରୁ ୨୦୧୩ ମଧ୍ୟରେ ସରକାରୀ ହାଇସ୍କୁଲରେ ନିଯୁକ୍ତ ଶିକ୍ଷକଙ୍କୁ ୬ଟି ଇନକ୍ରିମେଂଟ ସହ ନିୟମିତ କରିବା, ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଦାବି କରିଛି କେନ୍ଦ୍ରାପଡା ଜିଲା ଶାଖା ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ୍ ଯୋଜନାଭୁକ୍ତ ଶିକ୍ଷକ ସଂଘ । ସରକାର ଆସନ୍ତା ୧୩ ତାରିଖ ସୁଦ୍ଧା ଏହି ଦାବି ପୂରଣ ନକଲେ ଶିକ୍ଷକମାନେ ମାଟ୍ରିକ ମୂଲ୍ୟାୟନ ବର୍ଜନ କରିବା ସହ ବିଭିନ୍ନ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ସଂଘ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବାରମ୍ବାର ଅନୁରୋଧ କରିବା ସତ୍ୱ୍ୱେ ୨୦୦୪ ରୁ ୨୦୦୯ ମଧ୍ୟରେ ନିଯୁକ୍ତି ପାଇଥିବା ପ୍ରାୟ ୭୦୦୦ ଶିକ୍ଷକଙ୍କ କଥା ସରକାର କର୍ଣ୍ଣପାତ କରିନାହାନ୍ତି । ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ କରିବା ସ୍ୱାଗତଯୋଗ୍ୟ । କିନ୍ତୁ ସରକାର ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ କଲେନାହିଁ । ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଏନପିଏସ ଶିକ୍ଷକଙ୍କୁ ସବୁକ୍ଷେତ୍ରରେ ଅବହେଳା କରାଗଲା । ସରକାର ଏନପିଏସ ଶିକ୍ଷକଙ୍କ ନ୍ୟାଯ୍ୟଦାବି ତୁରନ୍ତ ପୂରଣ କରିବା ପାଇଁ ଗୁଲନଗର ପଂଚାୟତର ଖଇରାବାଦସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନିରଞ୍ଜନ ବେହେରା, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ଟିଟିକାନ୍ତ ନାୟକ, ବରିଷ୍ଠ ସଦସ୍ୟ ନିର୍ମଳ କୁମାର ସ୍ୱାଇଁ, ମହେଶ୍ୱର ସାହୁ, ରଘୁନାଥ ଦାସ, ବିରଂଚି ଯେଠୀ , ସଞ୍ଜୟ କୁମାର ସାହୁ, ନୃସିଂହ କୁମାର ସ୍ୱାଇଁ, ଦେବେନ୍ଦ୍ର କୁମାର ପଣ୍ଡା, ଶୁଭେନ୍ଦୁ ନାୟକ, ରାଜେନ୍ଦ୍ର ରାଉତ, ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି ।

Leave a Reply

Your email address will not be published. Required fields are marked *