କେନ୍ଦ୍ରାପଡା, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)-ୱାକଫ ବୋର୍ଡର ଗୃହ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ ଉତ୍ସବ କଟକରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ମୁସଲିମ ଅନୁଷ୍ଠାନକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଂଚାୟତର ଗରାପୁରର ଅବୁବକର ସିଦ୍ଧିକ ମସଜିଦକୁ ୫ଲକ୍ଷ ଟଙ୍କାର ଚେକ୍, ସୁନି ତଏତୁଲ ମସଜିଦକୁ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିବା ବେଳେ ମୁସା ଶାହା ବାବା ପୀଠକୁ ୫ଲକ୍ଷ ଓ ମଦ୍ରାସା ଫଏଜୁଲ ଓଲୁମକୁ ୧ଲକ୍ଷ ୫୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏହି ସହାୟତା ପାଇବା ପରେ ସଂପୃକ୍ତ ଅଂଚଳର ମୁସଲିମ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଧିପନା ଦେଖାଦେଇଛି । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ମନ୍ତ୍ରୀ ଜଗନ୍ନାଥ ସାରକା, ୱାକଫ ବୋର୍ଡର ଅଧ୍ୟକ୍ଷ ସେକ ନିଜାମୁଦ୍ଧିନ, ୱାକଫ ବୋର୍ଡ କମିଶନର ପୂର୍ଣ୍ଣଚନ୍ଦ୍ର ମିଶ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଶାସନ ସଚିବ ରୂପା ରୋଶନ ସାହୁ ପ୍ରମୁଖଙ୍କୁ ସଂପୃକ୍ତ ଅନୁଷ୍ଠାନ ଗୁଡିକ ପକ୍ଷରୁ ସେକ ଇନାଏତ(ଚନ୍ଦନ), ଗୁଲବାବୁ ଖାନ, ମୀର ସଫିକ, ସେକ ଚାନ୍ଦବାବୁ, ସୁଲତାନ ଖାନ, ଅଇନୁଲ ଇସଲାମ, ମୀର ସଲିମଙ୍କ ସମେତ ସମସ୍ତ ମସଜିଦର ମୌଲବୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ କୃତଜ୍ଞତା ଅର୍ପଣ କରିଛନ୍ତି ।
Related Posts

‘ରାଜ୍ୟ ଷ୍ଟିୟରିଂ କମିଟି (ସୁଗମ ନିର୍ବାଚନ)’ ବୈଠକ
ଭିନ୍ନକ୍ଷମ ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଭୁବନେଶ୍ୱର, ୩୦ /୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦେଶରେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪କୁ ଏକ ସମ୍ମିଳିତ…

ଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ – ୩୧୫୫ ଗୋଟି ମକଦ୍ଧମା ଫଇସଲା
ଯାଜପୁର,୦୮/୦୩/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୦୮.୦୩.୨୦୨୫ ରିଖ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଏହି ରାଷ୍ଟି୍ରୀୟ…

ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଯାଜପୁର,୨୦/୦୧/୨୦୨୫(ଓଡ଼ିଶା ସମାଚାର)- ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ରସୁଲପୁର ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ…