କେନ୍ଦ୍ରାପଡା, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)-ୱାକଫ ବୋର୍ଡର ଗୃହ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ ଉତ୍ସବ କଟକରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ମୁସଲିମ ଅନୁଷ୍ଠାନକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଂଚାୟତର ଗରାପୁରର ଅବୁବକର ସିଦ୍ଧିକ ମସଜିଦକୁ ୫ଲକ୍ଷ ଟଙ୍କାର ଚେକ୍, ସୁନି ତଏତୁଲ ମସଜିଦକୁ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିବା ବେଳେ ମୁସା ଶାହା ବାବା ପୀଠକୁ ୫ଲକ୍ଷ ଓ ମଦ୍ରାସା ଫଏଜୁଲ ଓଲୁମକୁ ୧ଲକ୍ଷ ୫୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏହି ସହାୟତା ପାଇବା ପରେ ସଂପୃକ୍ତ ଅଂଚଳର ମୁସଲିମ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଧିପନା ଦେଖାଦେଇଛି । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ମନ୍ତ୍ରୀ ଜଗନ୍ନାଥ ସାରକା, ୱାକଫ ବୋର୍ଡର ଅଧ୍ୟକ୍ଷ ସେକ ନିଜାମୁଦ୍ଧିନ, ୱାକଫ ବୋର୍ଡ କମିଶନର ପୂର୍ଣ୍ଣଚନ୍ଦ୍ର ମିଶ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଶାସନ ସଚିବ ରୂପା ରୋଶନ ସାହୁ ପ୍ରମୁଖଙ୍କୁ ସଂପୃକ୍ତ ଅନୁଷ୍ଠାନ ଗୁଡିକ ପକ୍ଷରୁ ସେକ ଇନାଏତ(ଚନ୍ଦନ), ଗୁଲବାବୁ ଖାନ, ମୀର ସଫିକ, ସେକ ଚାନ୍ଦବାବୁ, ସୁଲତାନ ଖାନ, ଅଇନୁଲ ଇସଲାମ, ମୀର ସଲିମଙ୍କ ସମେତ ସମସ୍ତ ମସଜିଦର ମୌଲବୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ କୃତଜ୍ଞତା ଅର୍ପଣ କରିଛନ୍ତି ।
Related Posts
ଓଡ଼ିଶା ହାଇକୋର୍ଟ ର ଜଷ୍ଟିସ ସଙ୍ଗମ କୁମାର ସାହୁ ହେବେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି
କଟକ ସଦର,୧୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ବିହାରର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି…
ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି
ନିଶ୍ଚିନ୍ତକୋଇଲି,୧୬/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- ନେମାଳ ଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡଗ୍ରାମରେ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ମହୋତ୍ସବ ରେ ମହାପ୍ରଭୁ…
ବଜ୍ରମହାକାଳୀ ଉପ୍ରାବିଦ୍ୟାଳୟରୁ କବାଟ ତାଡି ବହୁ ମୂଲ୍ୟବାନ ଜିନିଷ ଚୋରି
କେନ୍ଦ୍ରାପଡ଼ା,୧୯/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଂଚାୟତର ଜରିଆବାଡସ୍ଥିତ ବଜ୍ରମହାକାଳୀ ସରକାରୀ ଉପ୍ରା ବିଦ୍ୟାଳୟର କବାଟ ତାଡି ବହୁ ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିବା ଚଉଦକୁଲାଟ…
