ଗରଦପୁର, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶାସ୍ତ୍ରିୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ସଭାପତିତ୍ୱ କରିଥିଲୋ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଭଦ୍ରା ମହତାବ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡ଼ କବିତା ଷଢ଼ଙ୍ଗି ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ ମେଜର ମନୋରଂଜନ ମହାନ୍ତି , ପ୍ରାଧ୍ୟାପକ ଦିଲିପ ସାହୁ , ପ୍ରାଧ୍ୟାପକ ବିଜୟ କୁମାର ନାୟକ ଯୋଗଦେଇ ଓଡ଼ିଆ ଭାଷାର ଶାସ୍ତ୍ରୀୟ ପ୍ରଚୀନତା ଉପରେ ଆଲୋଚନା କରିଥିଲେ । ଏଥିରେ ଅଧ୍ୟାପକ ସୁରେନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ଡ଼ ସ୍ନୋହାଂଜଳି ମହାପାତ୍ର ଓ ଅଧ୍ୟାପିକା ଚିନ୍ମୟୀ ଜେନା ଓଡ଼ିଆ ଭାଷା ର ଶାସ୍ତ୍ରୀୟ ମାନ୍ୟତା ଉପରେ ଆଲୋକପାତ କରିଥିଲେ । ସେହିପରି ଛାତ୍ର ସାଗର ମଲିକ ଓ ଛାତ୍ରୀ ସରିତା ନାୟକ ଶାସ୍ତ୍ରୀୟ ଶିର୍ଷକରେ ନିଜ ମତ ରଖିଥିଲେ । ପରିଶେଷରେ ଅଧ୍ୟାପିକା ଏଲିନା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।