ମହାନଦୀ ବିହାର ମହିଳା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କଟକ, ୧୦/୦୩/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ମହାନଦୀ ବିହାର ମହିଳା ସମିତି ପକ୍ଷରୁ ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମକୁ ଅତିଥି ମାନେ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଜନ କରି ଉଦଘାଟନ କରିଥିଲେ । ସଭା ନେତ୍ରୀ ଇନ୍ଦୁ ଦାଶ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ସୁସାହିତ୍ୟିକା ତଥା ଯୁଗଶ୍ରୀ ଯୁଗନାରୀ ର ସହ ସମ୍ପାଦିକା ଶ୍ରୀମତୀ ପ୍ରଭାବତୀ ପଣ୍ଡା ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ମହିଳା ଦିବସ ୨୦୨୪ର ବାର୍ତ୍ତା ଶୀର୍ଷକ ଉପରେ ବକ୍ତବ୍ୟ ରଖି ସମସ୍ତ କ୍ଷେତ୍ରରେ ମହିଳା ମାନଙ୍କର ଭୂମିକା, ସ୍ଥିତି ଓ ସମସ୍ୟା ସମ୍ପର୍କରେ ଆଲୋକ ପାତ କରିଥିଲେ । ବରିଷ୍ଠ ସଭ୍ୟା ଶ୍ରୀମତୀ ଚାରୁ ଷଡ଼ଙ୍ଗୀ ମୁଖ୍ୟବକ୍ତା ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବଚନ ରଖିଥିଲେ । ଶ୍ରୀମତୀ ଗାୟତ୍ରୀ ଶତପଥୀ ବେଦ ପାଠ ଓ ସମ୍ପାଦିକା ନିବେଦିତା ଷଡ଼ଙ୍ଗୀ ସମିତିର ନୂତନ ସଭ୍ୟା ଙ୍କ ପରିଚୟ ପ୍ରଦାନ କରିଥିଲେ । ଉପ ସଭାପତି ଉମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମଧୁସ୍ମିତା ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ନମିତା ଦାଶ, ରୀନା ମିଶ୍ର, ପ୍ରଣତି ନାୟକ, ସୀମା କୁମାରୀ, ସସ୍ମିତା ସାବତ, କନକ ସାମଲ, ଅନସୂୟା ମହାନ୍ତି, ଶର୍ମିଲା ଦାଶ ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ । ସଭ୍ୟା ସୁପ୍ରିୟା ଓ ତାଙ୍କ ସୋନା ଏରୋବିକସ ଗ୍ରୁପ ର ସଦସ୍ୟ ମାନେ ଓ ମହିଳା ସମିତିର ସଭ୍ୟା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରା ଯାଇଥିଲା ।

 

Leave a Reply

Your email address will not be published. Required fields are marked *