ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନୂତନ ଅଧ୍ୟକ୍ଷାଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା, ୦୪/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନୂତନ ଅଧ୍ୟକ୍ଷା ଭାବେ ସୁଲୋଚନା ଦେହୁରୀ ଯୋଗଦେଇଛନ୍ତି । ଏଥିପୂର୍ବରୁ ଶ୍ରୀମତୀ ଦେହୁରୀ ଯାଜପୁର ଜିଲାର ଡୋଲିପୁରସ୍ଥିତ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବରିଷ୍ଠ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଯୋଗଦେବା ପରେ ପୂର୍ବତନ କାର୍ଯ୍ୟାଳୟ ସହକାରୀ ରାଜକିଶୋର ଲେଙ୍କା ଅଧ୍ୟକ୍ଷା ଶ୍ରୀମତୀ ଦେହୁରୀଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ରଜତ କୁମାର ସ୍ୱାଇଁ, ରାଜକିଶୋର ନାୟକ, ଲୋପାମୁଦ୍ରା ପଣ୍ଡା, ଶ୍ରଦ୍ଧାଞ୍ଜଳି ମାହୁନ୍ତ, ସୁନିତା କୁମାରୀ ବେହେରା, କଳ୍ପନା ସାହୁ ପ୍ରମୁଖ ପ୍ରଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *