ଲକ୍ଷ୍ମୀପୁର ବ୍ଳକ କୁ ସବଡ଼ିଭିଜନ ମାନ୍ୟତା ଦାବିରେ ଆଠ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ଲକ୍ଷ୍ମୀପୁର୦୪/୦୩/୨୪(ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ କୁ ସବଡ଼ିଭିଜନ ମାନ୍ୟତା ଦାବିକରି ଆଜି ସର୍ବଦଳୀୟ ନେତାଙ୍କ ସହ ଲକ୍ଷ୍ମୀପୁର ବିକାଶ ପରିଷଦ ଓ ଜନସାଧାରଣ ଙ୍କ ଦ୍ୱାରା ଲକ୍ଷ୍ମୀପୁର ବନ୍ଦ୍ ଡାକରା ଦିଆ ଯାଇଥିବା ବେଳେ ପ୍ରାୟ ଆଠ ଘଣ୍ଟା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଛି। ଏନେଇ ରାୟଗଡ଼ା ଠାରୁ କୋରାପୁଟ ସଂଯୋଗ କରୁଥିବା ୩୨୬ ନମ୍ୱର୍ ଜାତୀୟ ରାଜପଥରେ ଅନେକ ଯାନବାହାନ ଚଳା ପ୍ରଚାଳରେ ବାଧା ଉପୁଜିବା ସହ ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥଲେ।
ଏହି ଆନ୍ଦୋଳନରେ ବିଜେପି ଦଳର ଜିଲ୍ଲା ଯୁବ ସମ୍ପାଦକ ମନୋଜ ସାହୁ,ବିଜେଡି ଜିଲ୍ଲା ସଭାପତି ଝିନ ହିକକା, ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେଶିକା,କଂଗ୍ରେସ ଦଳର କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ, ନିମାଇଁ ସରକାର, ରୂପକ ତୁରୁକ,ପବିତ୍ର ସାଉନ୍ତା,ଗୀତାଞ୍ଜଳୀ ପିଡ଼ିକା, ରାଜେନ୍ଦ୍ର ହୁଇକା,ମଣ୍ଟି ଖରା ଭଳି ଅନେକ ନେତା ଓ ବ୍ଲକର ଅନେକ ଜନ ସାଧାରଣ ସାମିଲ ଥିଲେ। ରାସ୍ତା କଡ଼ରେ ଶତାଧିକ ଯାନ ବହନ ଅଟକି ରହିଥିବା ଦେଖି ଲକ୍ଷ୍ମୀପୁର ଥାନାର ଏସଡିପିଓ ବିରଞ୍ଚି ନାରାୟଣ ଜଗତ,ଆଇଆଇସି ସୁଜ୍ଞାନୀ ସାହୁ ଓ ବ୍ଲକ୍ ପ୍ରଶାସନ ବିକାଶ ପରିଷଦ ସହ ଆଲୋଚନା କରିବା ପରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ସାହୁ,ବିଡ଼ିଓ ଗୁରେଶ୍ୱର ଭୋଇ,ତହସିଲଦାର ନୈବେଦ୍ୟ ଭୋଇ,ବୁଲୁ କର୍କରା,ବୁଲୁ ଶତପଥୀ କୋରାପୁଟ ଗସ୍ତ କରି ଜିଲ୍ଲାପାଳ ଭି କିର୍ତି ଭାଶନଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ପରେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନାରକର,ଉପ ଜିଲ୍ଲାପାଳ ବେଣୁଧର ଶବରଙ୍କ ଉପସ୍ଥିତିରେ ଉକ୍ତ ଦଳ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ବେଳେ ବର୍ତ୍ତମାନ ବ୍ଲକରେ ଥିବା ସମସ୍ତ ଜମିଯୁମା ବିଷୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାହା ଦରକାର୍ ରହିଛି ତାହା ପରିପୂର୍ଣ କରାଯିବ ଓ ବାକି ବିଷୟରେ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବୁ ବୋଲି ଜିଲ୍ଲା ପାଳ କହିବା ପରେ ରାସ୍ତା ଅବରୋଧ ହଟି ଥିଲା। ପ୍ରାୟ ଆଠ ଘଣ୍ଟା ପର୍ଯ୍ୟନ୍ତ ରାଜ ରାସ୍ତା ଅବରୋଧ କରାଯାଇଥିବା ବେଳେ ପରେ ସବୁକିଛି ସ୍ଵଭାବିକ ହୋଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲିସ କର୍ମୀ ମୁତୟନ ହୋଇଥିଲେ।
ବର୍ତ୍ତମାନ ଲକ୍ଷ୍ମୀପୁର ବ୍ଲକକୁ ସବ ଡିଭିଜନ ମାନ୍ୟତା ଭାବେ ରାଜ୍ୟ ସରକାର ଘୋଷଣା କରୁଛନ୍ତି ନା ନିର୍ବାଚନ ସମୟରେ ବିକାଶ ପରିଷଦ ପୁଣି ଦାବି ଦୋହରାଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *