କପିଳେଶ୍ଵର ଦେବଙ୍କ ପୀଠରେ ଶତଚଣ୍ଡୀ ଓ ରୁଦ୍ର ମହାଯଜ୍ଞ 

ନିରାକାରପୁର,୦୩/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ପ୍ରସିଦ୍ଧ ଡିଆ କପିଳେଶ୍ୱର ଦେବଙ୍କ ପୀଠରେ ୪ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ଶତଚଣ୍ଡୀ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ କି କପିଳେଶ୍ଵର ଦେବଙ୍କ ଶାକ୍ତ ତାନ୍ତ୍ରିକ ପୀଠ ରେ ଏହି ଶତ ଚଣ୍ଡୀ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ମହାଯଜ୍ଞ ରେ ପ୍ରତିଦିନ ହୋମ,ଯଜ୍ଞ, ସୂର୍ଯ୍ୟ ପୂଜା ଓ ଠାକୁର ଙ୍କ ପୂଜା ଅର୍ଚ୍ଚନା କରାଯିବ। ୪ ତାରିଖରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯଜ୍ଞ ପୀଠରେ ଘଟ ପ୍ରତିଷ୍ଠା କରାଯିବ। ଆସନ୍ତା ୮ ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମ ଉଦଯାପିତ ହେବ। ଏହି ଯଜ୍ଞ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗଦେଇ ଠାକୁରଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଯଜ୍ଞ କମିଟି ସଭାପତି ଡ ସଞ୍ଜୟ କୁମାର ମହାପାତ୍ର ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *