ରୁଡ଼ସେଟ ପ୍ରତିଷ୍ଠାନରେ କାନାରା ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୨୨/୧୧/୨୦୨୩ (ଓଡ଼ିଶା ସମାଚାର)-କାନାରା ବ୍ୟାଙ୍କ ଆଞ୍ଚଳିକ କାର୍ଯାଳୟ, ଭୁବନେଶ୍ୱର ତରଫରୁ ରୁଡ଼ସେଟ ପ୍ରତିଷ୍ଠାନରେ କାନାରା ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ଆଞ୍ଚଳିକ କାର୍ଯାଳୟର ଉପମହାପ୍ରବନ୍ଧକ ଶ୍ରୀ ପି ଠାକୁର ନାୟକ ଏବଂ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମେହେର ମହୋଦୟ ପ୍ରଦୀପ ପ୍ରଜ୍ଵଳନ ପରେ କାନାରା ବ୍ୟାଙ୍କ ର ପ୍ରତିଷ୍ଠାତା ଶ୍ରୀ ଆମେବାଲ ସୁବରାଓ ପାଇଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ୬୦ ରୁ ଉର୍ଦ୍ଧ ତାଲିମାର୍ଥୀ ମାନଙ୍କୁ ପ୍ରେରିତ ଓ ଉତ୍ସାହିତ କରିଥିଲେ। କାନାରା ବ୍ୟାଙ୍କ ତରଫରୁ ଆର୍ଥିକ ଅନଗ୍ରସର ତାଲିମାର୍ଥୀ ମାନଙ୍କୁ ନିଃଶୁଳ୍କ ବୈଦ୍ୟୁତିକ ଉପକରଣ ଯୋଗାଇ ଦିଆଯାଇଥିଲା । କାନାରା ବ୍ୟାଙ୍କର ଏହି ସାମାଜିକ କଲ୍ୟାଣ ଜନିତ ଉତ୍ସର୍ଗୀକୃତ ସେବା ପାଇଁ ସଭାରେ ଉପସ୍ଥିତ ଅନ୍ୟାନ୍ୟ ବ୍ୟାଙ୍କର କର୍ମଚାରୀ, ବ୍ୟାଙ୍କ ମିତ୍ର ମାନେ, ତାଲିମାର୍ଥୀଗଣ ଓ ଗଣମାଧ୍ୟମ ପ୍ରତିନିଧି ଭୂୟସୀ ପ୍ରଶଂସା କରିଥିଲେ । ରୁଡ଼ସେଟ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଭାକୁ ସୁପରିଚାଳନା କରିବା ସହିତ ସାଫଲ୍ୟମଣ୍ଡିତ କରିଥିଲେ । ସଭାର ପରିଶେଷରେ ତାଲିମାର୍ଥୀ ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ମିଷ୍ଠାନ୍ନ ପ୍ରଦାନ କରାଯାଇଥିଲା ତତ୍ ସହିତ କାନାରା ବ୍ୟାଙ୍କକୁ ଧନ୍ୟବାଦ ଜ୍ଞାପନ କରି ସଭା ଉଦଯାପିତ ହୋଇଥିଲା ।

Leave a Reply

Your email address will not be published. Required fields are marked *