ବାରୁଆଁ ବି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ଭୁବନ ୨୬/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ବି  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୁଃଶାସନ ପରିଡ଼ା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ  ମୁଖ୍ୟଅତିଥି ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସିଆରସିସି ଶ୍ରୀଯୁକ୍ତ ଅମରେଶ ଦାଶ ମୁଖ୍ୟବକ୍ତା ଏବଂ ସମାଜ ସେବୀ ବିନୟ କୁମାର ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସରସ୍ଵତୀ ପରିଡ଼ା ଉପ-ସଭାପତି  ଶ୍ରୀକାନ୍ତ କୁମାର ଦାସ ସଭ୍ୟା  ସବିତା ସେଠୀ , ବିଦ୍ୟୁତ୍ ପ୍ରଭା ଦାସ,ଜ୍ୟୋତ୍ସ୍ନା ରାଣୀ ରାଉତ, ବିଦ୍ୟାଧର ସାହୁ,ଅଶେଷ କୁମାର ସାହୁ, ମାଧବ ଚନ୍ଦ୍ର ବେହେରା,ବିନାୟକ ମିଶ୍ର ସି. ଆର.ସି.ସି.ମଣିବ୍ରତ ଦାସ,ଅଜୟ କୁମାର ରାଉତ ଯୋଗଦେଇଥିଲେ ।

ପ୍ରଧାନ ଶିକ୍ଷକ ଉତ୍କଳମଣି ବେହେରା,ଶିକ୍ଷକ ପ୍ରକାଶ କୁମାର ବେହେରା,  ଗୀତାଞ୍ଜଳୀ ଆଚାର୍ଯ୍ୟ,ମାନସୀ ସାହୁ, ଲକ୍ଷ୍ମୀପ୍ରିୟା ସାହୁ ଶ୍ରେଷ୍ଠ ଛାତ୍ରୀ ସୁଶ୍ରୀ ସୌମ୍ୟା ସୁଚରିତା ଦାସ,ମେଧାବୀ ଛାତ୍ରୀ ସୁଶ୍ରୀ ସୁଚିସ୍ମିତା ଆଚାର୍ଯ୍ୟ ଙ୍କ ସମେତ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *