ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ସମ୍ପର୍କିତ  ସଚେତନତା ଶିବିର

ଯାଜପୁର, ୨୧/୦୨/୨୦୨୪ (ଓଡ଼ିଶା ସମାଚାର)-ଜିଲା ଓ ଦୌରାଜଜ୍ ତଥା  ଜିଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷା ଡ଼ ଜୀବନଜ୍ୟୋତି ରଥଙ୍କ ନିର୍ଦେଶକ୍ରମେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବରୀ ବ୍ଳକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଂଚାୟତ, ଶୁକଳ ଗ୍ରାମ ଶୁକଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ   ପ୍ରବାସୀ ଶ୍ରମିକଙ୍କ ସମସ୍ୟା  ଓ ନିରାକରଣ ଏବଂ ବିବାଦର ବିକଳ୍ପ ସମାଧାନ ରେ ସ୍ଥାୟୀ ଲୋକ ଅଦାଲତ (ଜନଉପଯୋଗୀ ସେବା) କାର୍ଯ୍ୟାଳୟର ଗଠନ ଓ କାର୍ଯ୍ୟକାରୀତା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଶିବିରରେ ପ୍ରାଧିକରଣର ସଚିବ ଶ୍ରୀମତୀ ଜ୍ୟୋତିମୟୀ ଦାସ ସ୍ଥାୟୀ ଲୋକଅଦାଲତ କାର୍ଯାଳୟର ଉପଯୋଗିତା କିପରି ଜନସାଧାରଣମାନେ ପାଇ ପାରିବେ ବିସ୍ତୃତ ଭାବେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲାର  ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାନ୍ତି ଓ ଅନ୍ୟ ଦୁଇ ଜଣ ଉପ ଶ୍ରମ ଅଧିକାରୀ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା  ଓ ନିରାକରଣ ବିଷୟରେ କହିଥିଲେ । ସ୍ଥାୟୀ ଲୋକଅଦାଲତ କାର୍ଯାଳୟର ସଦସ୍ୟ ଶ୍ରୀଯୁକ୍ତ ହୃଷିକେଶ ପଣ୍ଡା, ସ୍ଥାନୀୟ ସମାଜ ସେବୀ ଶ୍ରୀ ଅନିରୁଦ୍ଧ ମଲ୍ଲ, ଏବଂ ଶ୍ରୀଯୁକ୍ତ ମନୋଜ କୁମାର ମଲ୍ଲ, ପ୍ରମୁଖ ଏହି ଶିବିରରେ  ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଚେତନତା ଶିବିରକୁ ଜିଲା ଆଇନ ସେବାର ସଚିବ ପରିଚାଳନା କରିବା ସହ ପ୍ରବାସୀ ଶ୍ରମିକଙ୍କୁ ତ୍ୱରିତ ଆଇନ ସେବା ପ୍ରଦାନ ସମ୍ପର୍କିତ ପ୍ରାବଧାନତା ବିଷୟରେ ଆଲୋକପାତ କରିଥିଲେ । ଏଥି ସହିତ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନିୟମିତ ଆୟୋଜନ ହେଉଥିବା ରାଷ୍ଠ୍ରୀୟ ଲୋକ ଅଦାଲତ, ନିଃଶୁଳ୍କ ଆଇନସେବା ପ୍ରଦାନ ବ୍ୟବସ୍ଥା, ଜିଲା ମଧ୍ୟସ୍ଥତା କେନ୍ଦ୍ର ଏବଂ ପୀଡ଼ିତା କ୍ଷତିପୂରଣ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ । ଏହି ଶିବିରରେ ସ୍ଥାନୀୟ ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *