ମାହାଙ୍ଗା,୧୯/୧୧/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା)-ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ବଜାର କମିଟି ପକ୍ଷରୁ ଚଳିତ ବର୍ଷ କାର୍ତ୍ତିକେଶ୍ୱର ପୂଜା ବେଶ ଆନନ୍ଦ ଉତ୍ସାହର ସହିତ ଅନୁଷ୍ଠିତ ହେବା ଦେଖିବାକୁ ମିଳିଥିଲା । ପ୍ରଭୁଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଭଜନ,କୀର୍ତ୍ତନ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବଜାର କମିଟି ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ,ମୁଖ୍ୟ ବକ୍ତା ଭାବେ କବି ପ୍ରଶାନ୍ତ କୁମାର କର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ମୋହି ଉଦ୍ଦିନ ଖାଁ, ସମାଜସେବୀ ରବୀନ୍ଦ୍ର ନାଥ ଦାସ, ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ପୂର୍ବତନ ସି ଆର ସି ଭାରତ ଭୂଷଣ ଦାସ, ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା, ସଂଗଠକ ନିରଞ୍ଜନ ମୁଦୁଲି ପ୍ରମୁଖ ଯୋଗଦେଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଏବଂ ଆମ ମାଟିର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବକାଶରେ କଳା, ସାହିତ୍ୟ, ସଂଗୀତ, ନୃତ୍ୟ, ଶିକ୍ଷା,କୃଷି,ସମାଜସେବା,ଏବଂ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ୪୦ ଜଣ ସଫଳ ବ୍ୟକ୍ତିତ୍ବଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶତାୟୁ ସଂଗୀତ ନିର୍ଦ୍ଦେଶକ ବିଶ୍ୱନାଥ ପଲେଇ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ଶିକ୍ଷାବିତ ବାବାଜୀ ଚରଣ ମହାନ୍ତି, ବରିଷ୍ଠ ନାଗରିକ ଚନ୍ଦ୍ରମଣି ଦାଶ,ପୂଜକ ଅନନ୍ତ ଚରଣ ପଣ୍ଡା, ପ୍ରବଚକ ଶୁକଦେବ ସ୍ୱାଇଁ, ସଫଳ କୃଷକ ପ୍ରଫୁଲ୍ଲ କୁମାର ମହାନ୍ତି, ବଟକୃଷ୍ଣ ନାୟକ,ଅଭିନେତା ରମେଶ ଚନ୍ଦ୍ର ମହାନ୍ତି, ବିଜୟ କୁମାର ଦାଶ, ଜୟଦେବ ମହାନ୍ତି, ବିମ୍ବାଧର ସାମଲ,ଦଧି ବାବନ ପରିଡା,କଣ୍ଠଶିଳ୍ପୀ ଭରତ ଚନ୍ଦ୍ର ଘଡେଇ,ଜୟରାମ ସ୍ୱାଇଁ,ଶତ୍ରୁଘ୍ନ ରାଉତ, ଦୀନବନ୍ଧୁ ଯେନା,ଭଜମନ ସ୍ୱାଇଁ,ଯୁବ ଉଦ୍ୟୋଗୀ ରଞ୍ଜନ କୁମାର ପୃଷ୍ଟି, ବାଳକୃଷ୍ଣ ମୁଦୁଲି,ପ୍ରଭାତ ଘଡେଇ,ତ୍ରିଲୋଚନ ପ୍ରହରାଜ,ସାମ୍ବାଦିକ ବିଜୟ କୁମାର ଜେନା, ଧନେଶ୍ୱର ସେଠୀ, ଅସିତ କୁମାର ସାମଲ, ରମେଶ ଦାସ ଏବଂ ଦାମୋଦର ପରିଡା, କ୍ରୀଡା ପାଇଁ କେଦାରେଶ୍ୱର ପୁହାଣ, ଶିଶୁ ପ୍ରତିଭା ସୂର୍ଯ୍ୟକାନ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ଦାସ, ଜଗନ୍ନାଥ ପଣ୍ଡା, ପ୍ରକାଶ ବେହେରା, କ୍ଷୀରୋଦ ଦାଶ, ନବକିଶୋର ବେହେରା, ପ୍ରମୁଖ ପରିଚାଳନା କରିଥିଲେ ।
