କଟକ ସଦର ,୨୧/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ପ୍ରତି ପଞ୍ଚାୟତରେ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମର ଉଦଯାପନ ଦିନରେ ଆଜି ବୁଧବାର ଦିନ କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ଓ କିଶନନଗର ପଞ୍ଚାୟତରେ ଏହା ଅନୁଷ୍ଠିତ ହୋଇଯାଇଛି। ପ୍ରହରାଜପୁର ପଞ୍ଚାୟତରେ ସରପଂଚ ୱ।ହିଦ୍ ଖାନ୍ (ମୋତି) ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଉକ୍ତ ସରକାରୀ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ସମେତ କଟକ ସଦର ଵିଡିଓ ରୁମନା ଜାଫ୍ରି, ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,
ଵିଧାୟକଙ୍କ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, ସାଂସଦଙ୍କ ପ୍ରତିନିଧି ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ (ଲାକୋ), ନିଶ୍ଚିନ୍ତକୋଇଲି ବ୍ଲକ ଵିଜେଡି ଉପସଭାପତି ତଥା ମାଣପୁର ପଞ୍ଚାୟତ ସଭାପତି ରୁସ୍ତମ ମହମ୍ମଦ, ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଵହୁ ବ୍ୟକ୍ତି ବିଶେଷଙ୍କୁ ଵିଧାୟକ ସମ୍ବର୍ଦ୍ଧିତ କରିଥିଲେ। ସେହିପରି କିଶନନଗର ପଞ୍ଚାୟତରେ ଅନୁଷ୍ଠିତ ଉକ୍ତ ସରକାରୀ
କାର୍ଯ୍ୟକ୍ରମ ଦଳୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଥିବା ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଲୋକପ୍ରତିନିଧି ଭାବେ ସରପଂଚ ସୁଜାତା ସେଠୀଙ୍କୁ ବ୍ଲକ ପ୍ରଶାସନ ଉପେକ୍ଷା କରିଥିବା ଅଭିଯୋଗ ହେଉଛି। ଏହି ସରକାରୀ କାର୍ଯ୍ୟକ୍ରମକୁ ଵିଜେଡିର ଜନୈକ ସ୍ଥାନୀୟ ନେତା ପରିଚାଳନା କରିଥିବା ବେଳେ ଦଳୀୟ ନେତା ନେତ୍ରୀ ମଞ୍ଚାସିନ ଥିବା ଏବଂ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ ଙ୍କ ସହିତ କନିଷ୍ଠ ଯନ୍ତ୍ରୀ ସୁଜାତା ସିଂହ ମଞ୍ଚାସିନ ଥିବା ଜଣାପଡିଛି। ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଖାଦ୍ୟ ପେୟରେ ଅବ୍ୟବସ୍ଥାକୁ ନେଇ ପ୍ରଵଳ ଅସନ୍ତୋଷ ଦେଖାଦେଇଥିଵା ଅଭିଯୋଗ ହେଉଛି। ସେଥିରେ ଉକ୍ତ ପଞ୍ଚାୟତରେ ଅନ୍ତଃକନ୍ଦଳ ଥିବା ଉକ୍ତ କାର୍ଯ୍ୟକ୍ରମରେ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା ।
ପ୍ରହରାଜପୁର ଓ କିଶନନଗର ପଞ୍ଚାୟତରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ
