ଖୋର୍ଦ୍ଧା , ୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟର ୧୯୮୯ ମସିହା ର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମା ବରୁଣେଇ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ପରେ ସମସ୍ତେ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ଭୋଜିଭାତ ଆୟୋଜନ କରିଥିଲେ। ସେହିପରି ଏହି ଅବସରେ ବୃକ୍ଷରୋପଣ ସହିତ ଆସନ୍ତା ଦିନରେ ଏକ ରକ୍ତଦାନ ଶିବିର କରି ସମାଜ ସେବା କରିବାକୁ ସ୍ଥିର କରିଥିଲେ। ସମସ୍ତ ଙ୍କ ମନରେ ଆନନ୍ଦ ଉଲ୍ଲାସ ଭରିଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବିଜୟ କୁମାର ରାଉତରାୟ,କ୍ଷୀରୋଦ ମୋହନ ସ୍ବାଇଁ, ମନୋରମା ସାହୁ ଏବଂ ସାଙ୍ଗ ସାଥି ମିଶି ସହଯୋଗ କରିଥିଲେ। ତେବେ ପ୍ରଥମେ ବନ୍ଧୁ ଶରଣ ପାଇକରାୟ ଙ୍କ ଅକାଳ ବିୟୋଗ ହେତୁ ତାଙ୍କର ଆତ୍ମାର ସଦଗତି ନିମନ୍ତେ ୫ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଗୁରୁଜଙ୍ଗ ହାଇସ୍କୁଲ ୧୯୮୯ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ
