ଉତ୍କଳ ମେଲ ପକ୍ଷରୁ ରି-ଲଞ୍ଚିଙ୍ଗ କାର୍ଯ୍ୟକ୍ରମ : ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରେ ଗଣମାଧ୍ୟମ

ଉତ୍କଳ ମେଲ ଟିଭି ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୧୬/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଉତ୍କଳ ମେଲ ପକ୍ଷରୁ ରି-ଲଞ୍ଚିଙ୍ଗ କାର୍ଯ୍ୟକ୍ରମ ଜୟଦେବ ଭବନ ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଗଣ ମାଧ୍ୟମର ଭୂମିକା, ଦାୟିତ୍ୱ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ବିକାଶ ପ୍ରକ୍ରିୟାକୁ ଗଣମାଧ୍ୟମ ହିଁ ତ୍ୱରାନ୍ୱିତ କରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ସାମ୍ବାଦିକ ମାନେ ସରକାର, ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାନ୍ତି ବୋଲି କହିଥିଲେ । ଉତ୍କଳ ମେଲ ଗ୍ରୁପ ଅଫ ପବ୍ଲିକେଶନର ମୁଖ୍ୟ  ସମ୍ପାଦକ ଡ଼ ପୀତବାସ ମିଶ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଏଥିରେ ବାରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା,ସୁରେଶ କୁମାର ରାଉତରାୟ, ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ବିଜେପି ନେତା ତଥା ସଭାପତି, ପାଇକ ଆଖଡ଼ା ମହାସଂଘ ପ୍ରକାଶ ଶ୍ରୀଚନ୍ଦନ, ଓଡ଼ିଶା ଡିଜିଟାଲ ମିଡିଆ ଅଧ୍ୟକ୍ଷ ଗିରିଜା ଶଙ୍କର ଦାସ, ଓୟୁଡ଼ବ୍ଲୁଜେର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ଏମବିସି ଟିଭିର ସମ୍ପାଦକ ଅଶୋକ ପଣ୍ଡା, ସମାଜସେବୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଉତ୍କଳ ମେଲ ଟିଭି ଡିଜିଟାଲ ଚ୍ୟାନେଲର ଲୋଗୋ ଉନ୍ମୋଚନ ହେବା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ, ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍କଳ ମେଲର ବାର୍ତ୍ତା ସମ୍ପାଦକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଏଥି ସହ ଆରଏସପିକୁ ବିଶେଷ ଉତ୍କଳ ସିଏସଆର ଆୱାର୍ଡ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ନିର୍ବାହୀ ସମ୍ପାଦକ ସତ୍ୟଜିତ ମହାପାତ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ  ପ୍ରାରମ୍ଭରେ ଉତ୍କଳ ବନ୍ଦନା ଗାନ କରାଯିବା ସହ ବିଭିନ୍ନ  ବ୍ୟକ୍ତି ବିଶେଷ ତଥା ଛାତ୍ରୀ ଙ୍କ ବିୟୋଗ, ସହିଦ ଭାରତୀୟ ଯବାନ, ବିମାନ ଦୁର୍ଘଟଣା ରେ ମୃତକ ଯାତ୍ରୀ ଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଉତ୍କଳ ମେଲ ଖବର କାଗଜ ର ସ୍ୱତନ୍ତ୍ର ସଂଖ୍ୟା ସହ ଟିଭି ( ଡିଜିଟାଲ ମିଡ଼ିଆ ) ର ଲୋଗୋକୁ ଅତିଥି ମାନେ ଲୋକାର୍ପିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ଵବାଣୀ ର ସମ୍ପାଦକ ଅର୍ଜୁନ ମୁଦୁଲି, ପ୍ରତାପ ପୃଷ୍ଟି, ରଶ୍ମିତା ପାଣିଗ୍ରାହୀ, ଆଇନଜୀବୀ ସୁମନ୍ତ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅଧିବେଶନ ରେ ବିଭିନ୍ନ ଜିଲ୍ଲା ର ପ୍ରତିନିଧି ବୃନ୍ଦ, ବୁଦ୍ଧିଜୀବୀ,  ସାହିତ୍ୟିକ ଓ ସାମ୍ବାଦିକ ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *