କଟକ ସଦର,୦୬/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ଜନୈକା ଆଗଧାଡିର ବିଜେଡ଼ି ନେତ୍ରୀ, ରାଜ୍ୟ ବିଜେଡ଼ିରେ ଅନେକ ପଦପଦବୀରେ ଥିବା, ବିଶେଷକରି ଅଧୁନା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଏବେ ସଙ୍ଗଠନ ଠାରୁ ନିଜକୁ ଦୁରେଇ ରଖିବା କିମ୍ବା ତାଙ୍କୁ ଦୁରେଇ ଦିଆ ଯାଇଥିବାକୁ ନେଇ ଗୁଞ୍ଜରଣ ଶୁଣା ଯାଉଛି।
ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଦାସ ତାଙ୍କର ଜାତିଗତ ବାନ୍ଧବୀ ବିଜେପି ନେତ୍ରୀ ଅଧୁନା ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ଥିବା ପ୍ରଭାତୀ ପରିଡାଙ୍କ ଯୋଗାଯୋଗରେ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଯଦି ଏହା ସତ ହୁଏ ତେବେ ସୁଭଦ୍ରା ବିଜେଡ଼ି ଛାଡି ବିଜେପିରେ ସାମିଲ ହେଵା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ଜୋର ଧରିଛି।
