ଦି ମଦର ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,୧୫/୧୨/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସ୍ଥାନୀୟ ଜଗନ୍ନାଥ ନଗରସ୍ଥିତ ଦି ମଦର ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଲକ୍ଷ୍ମୀସାଗର ମେଳଣ ପଡିଆ ଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି. । ବିଦ୍ୟାଳୟ ର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ, ଭାଷାପ୍ରାଣ, ସମାଜସେବୀ ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟ ଙ୍କ 61 ତମ ପୁଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଓଡିଶା ନାଗରିକ ମହାମଞ୍ଚ ର ଉପସଭାପତି ସମାଜସେବୀ ଡ଼ ପ୍ରଦୀପ କୁମାର ବିଶ୍ୱାଳ, ଶେଷଦେବ ବଳିୟାର ସିଂ ଯୋଗଦାନ କରି ଉକ୍ତ ଅନୁଷ୍ଠାନ ର ଶିକ୍ଷାଦାନ ବ୍ୟବସ୍ଥା, ପୂଜ୍ୟପୂଜା କୁ ପ୍ରାଧାନ୍ୟ ଦେବା, ଗରିବ ବିଦ୍ୟାର୍ଥୀ ଙ୍କୁ ସ୍ୱଳ୍ପ ମୂଲ୍ୟ ରେ ଉତ୍ତମମାନ ର ଶିକ୍ଷା ପ୍ରଦାନ କରିବା,ଓଡ଼ିଆ ଭାଷା ର ପ୍ରଚାର ପ୍ରସାର କରିବା ସହିତ ବିଭିନ୍ନ ବୌଦ୍ଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋକପାତ କରିଥିଲେ । କାଳୀ ବାବୁ ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କ ରେ ମତ ବ୍ୟକ୍ତ କରାଯାଇଥିଲା.ଡ଼ ଜ୍ଞାନେନ୍ଦ୍ର ମତ ବ୍ୟକ୍ତ କରିଥିଲେ ଯେ ବିଦ୍ୟାର୍ଥୀ ମାନେ ପିତା, ମାତା ଙ୍କ ସହିତ ଗୁରୁ ଙ୍କୁ ଯଥା ମାନ୍ୟ କରି ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ.ସଭାପତି ଶିକ୍ଷାବିତ ସୀତା ବଲ୍ଳଭ ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ରେ ଅଭିଷେକ ମହାନ୍ତି ସଂଯୋଜନା କରିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା.କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସ୍ମରଣିକା ମଲ୍ଲିକ, ଗୀତାରାଣୀ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟକ୍ଷ ଶିବାନନ୍ଦ ପଟନାୟକ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *