ସାଲେପୁର,୨୩/୦୭/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗାଁ ରେ ବିଚିତ୍ରା ନନ୍ଦ ରାଉତ ଙ୍କ ବଗିଚାରେ ଦୁଷ୍ପ୍ରାପ୍ୟ ବ୍ରହ୍ମକମଳ ପୁଷ୍ପ ଫୁଟିଛି । ଏହି ଦୁର୍ଲଭ ପୁଷ୍ପ ଟିକୁ ଦେଖିବା ପାଇଁ ଉକ୍ତ ଗ୍ରାମ ତଥା ଆଖପାଖ ଗ୍ରାମ ର ଅନେକ ଲୋକ ଆସି ରୁଣ୍ଡ ହେଉଥିବା ଦେଖିବାକୁ ମିଳିଛି । ବିଚିତ୍ରା ନନ୍ଦ ରାଉତ ଘଣ୍ଟ ମୁର୍ଦଙ୍ଗ ବଜାଇ ସଂକୀର୍ତନ କରି ବେଲହୁଡା ମାଉସି ମା ମନ୍ଦିରରେ ବ୍ରହ୍ମକମଳ ପୁଷ୍ପ ଟିକୁ ପ୍ରଦାନ କରିଥିବା ଜଣାଯାଇଛି ।
ବ୍ରହ୍ମକମଳ ପୁଷ୍ପ ଦେଖିବାକୁ ଲୋକମାନ ଙ୍କ ଭିଡ଼
