କଟକ ସଦର, ୧୯/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ରାଜ୍ୟ ସରପଂଚ ମହାସଂଘ, ଓଡ଼ିଶା ଦ୍ୱାରା ଅନୁବନ୍ଧିତ କଟକ ଜିଲ୍ଲା ସରପଂଚ ସଂଘର ସଭାପତି ଭାବେ କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତର ସରପଞ୍ଚ ତଥା ବିପ୍ଳବୀ ଯୁବ ନେତା ରାକେଶ ବେହେରା ନିଯୁକ୍ତ ହୋଇଥିବା ଜଣାପଡିଛି।
ରାଜ୍ୟ ସଭାପତି ରୋମାଞ୍ଚ ସାହୁ ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ଏହି ଦାୟିତ୍ବ ଦେଇଛନ୍ତି।ଏହା ଜଣାପଡିବା ପରେ ରାକେଶ ଙ୍କ ନିକଟକୁ ସରପଂଚ ଓ ବ୍ୟକ୍ତିବିଶେଷ ମାନଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି। ଆଶା ଓ ବିଶ୍ୱାସ ରଖି ‘ମୋତେ ଏହି ଗୁରୁ ଦାୟିତ୍ବ ଦିଆଯାଇ ଥିବାରୁ କଟକ ଜିଲ୍ଲାର ସମସ୍ତ ସରପଂଚଙ୍କୁ ଏକତ୍ରିତ କରି ସଂଘକୁ ସୁଦୃଢ କରିବା ସହ ସରପଂଚ ମାନଙ୍କ ସ୍ୱାଭିମାନ, ସମ୍ମାନ ଓ ପଞ୍ଚାୟତର ଅଧିକାର ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବି‘ବୋଲି ରାକେଶ କହିଛନ୍ତି।
