ବିଜେଡି ନେତ୍ରୀ ବାସନ୍ତୀଙ୍କ ନିର୍ବାଚନ ସମରସଜ୍ଜା

ଖୋର୍ଦ୍ଧା,୨୩/୦୩/୨୦୨୪(ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନ,୨୦୨୪ ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ବିଗୁଲ ବାଜି ସାରିଥିବା ବେଳେ ଖୋରଧା ନିର୍ବାଚନମଣ୍ଡଳୀ ରେ ବିଭିନ୍ନ ଆଶାୟୀ ପ୍ରାର୍ଥୀ ମାନଙ୍କ ଦ୍ୱାରା ରାଜନୈତିକ ଉଷ୍ମତା ବେଶ ବାରି ହୋଇ ପଡୁଛି । ଏହି ଆଧାରରେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ତୃଣମୂଳ ସ୍ତର ରୁ ସଂଗଠନକୁ ସୁଦୃଢ଼ କରିବା ରେ ଲାଗିପଡ଼ିଥିବା ବେଳେ କଂଗ୍ରେସ ଦଳ ବହୁପଛରେ ଥିବା ଭଳି ମନେ ହେଉଅଛି । ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ମାନଙ୍କୁ ପଛରେ ପକାଇ ରାଜନୀତି ରେ ଝାନ୍ସୀରାଣୀ ପରିଚୟ ସୃଷ୍ଟି କରିଥିବା ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ତଥା ଖୋରଧା ଜିଲ୍ଲା ପରିଷଦ ର ପ୍ରାକ୍ତନ ସଭାପତି ବାସନ୍ତୀ ମହାପାତ୍ର ଙ୍କ ସାଙ୍ଗଠନିକ ଦକ୍ଷତା, ନିରନ୍ତର ସମାଜସେବା ପାଇଁ ଉକ୍ତ ନିର୍ବାଚନମଣ୍ଡଳୀ ରେ ସାଧାରଣରେ ଶୀର୍ଷ ସ୍ଥାନ ଦଖଲ କରିପାରିଛନ୍ତି । ବିଜୁ ଜନତା ଦଳର ସଂଗଠନ ଏଠାରେ ନିଷ୍କ୍ରିୟ ଥିଲା ବେଳେ ତୃଣମୂଳ ସ୍ତରରୁ ପ୍ରତେକ ୱାର୍ଡ ରେ ସଂଗଠନ କୁ ସୁସଂଗଠିତ କରିବାସହ ଦଳୀୟ ଟିକେଟ ପାଇବାକୁ ସେ ପ୍ରମୁଖ ଦାବିଦାର ବୋଲି ଆଲୋଚିତ ହେଉଅଛି । ଟାଙ୍ଗୀ ବ୍ଲକ ର ୨୬ଗୋଟି ପଞ୍ଚାୟତ ର ଶତାଧିକ ଛାମୁଆ କର୍ମୀ ଯୁବଛାତ୍ର, ମହିଳା ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଏକ ପ୍ରାକ ନିର୍ବାଚନୀ ସଭା ମା’ ଉଗ୍ରତାର ଙ୍କ ପୀଠରେ ଶ୍ରୀମତୀ ମହାପାତ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ସଭାରେ ଶ୍ରୀମତୀ ମହାପାତ୍ର ଙ୍କୁ ଦଳୀୟ ଟିକେଟ ପ୍ରଦାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସର୍ବସମ୍ମତ ଭାବରେ ନିବେଦନ ସଂକଳ୍ପ ପାରିତ ହୋଇଅଛି ।

Leave a Reply

Your email address will not be published. Required fields are marked *