ଅସହାୟା ମହିଳାଙ୍କୁ ସହଯୋଗର ହାତ ବଢାଇଲା ଟ୍ରଷ୍ଟ

କେନ୍ଦ୍ରାପଡ଼ା,୧୮/୧୧/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟର ଜଣାଶୁଣା ସ୍ୱେଛାସେବୀ ଦାତବ୍ୟ ଅନୁଷ୍ଠାନ ‘ବା‚ାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ’ ସର୍ବଦା ଜିଲାର ଗରିବ, ଅବହେଳିତ ଲୋକଙ୍କ ପାଖରେ ପହଂଚି ସହଯୋଗର ହାତ ବଢାଇଥାଏ । ଆକସ୍ମିକ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା, ଦୂରାରୋଗ୍ୟ ବ୍ୟାଧିରେ ପିଡିତ ଅସହାୟ ବ୍ୟକ୍ତିବିଶେଷ ଏବଂ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଷ୍ଟ ସହାୟତା ପ୍ରଦାନ କରିଥାଏ ।

ସ୍ୱାମୀଙ୍କ ମୃତୁ୍ୟ ପରେ ଅସହାୟ ହୋଇପଡିଥିବା ଜଣେ ଅସହାୟା ମହିଳାଙ୍କ ସମ୍ପର୍କରେ ଜାଣିବା ପରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ତାଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲାର ପଖଟ ଗ୍ରାମର ସ୍ୱର୍ଗତ ନାରାୟଣ ସେଠୀଙ୍କ ପତ୍ନୀ ଅସହାୟା ଗିତାଞ୍ଜଳୀ ସେଠୀଙ୍କୁ ୩ହଜାର ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ଟ୍ରଷ୍ଟ ପକ୍ଷରୁ ଏହି ସହାୟତା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *