କଟକ ସହର ଉପକଣ୍ଠ ପରମହଂସରୁ ବେଧଡକରେ ଉଠୁଛି ବାଲି,

                                                          କାହା ଛତ୍ରଛାୟା ତଳେ ଚାଲିଛି ଚୋରା ବାଲି ବେପାର?

କଟକ ସଦର,୧୬/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତହସିଲ ଓ କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସନାଥଙ୍କ ମନ୍ଦିର ନିକଟରୁ କାଠଯୋଡି ନଦୀରୁ ଵେଧଡକରେ ଚାଲିଛି ଚୋରା ବାଲି ବେପାର। ନଦୀରେ ପାଣି ଥାଉ କି ନ ଥାଉ ପ୍ରତିଦିନ ରାତିକୁ ସାଥୀ କରି ଵାଲି ମାଫିଆ ହୋଇ ଉଠିଛନ୍ତି ସକ୍ରିୟ। ଏମିତି ନୁହେଁ ଯେ ଏଭଳି ଚୋରା ବାଲି ବେପାର ସମ୍ପର୍କରେ ପୁଲିସ ପାଖରେ ଖବର ନାହିଁ। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲା ପରେ ବି କାର୍ଯ୍ୟାନୁଷ୍ଠାନ ଶୁନ୍ୟ। କାହା ଛତ୍ରଛାୟା ତଳେ ଏଭଳି ବେଧଡକ ଚୋରା ବାଲି ବେପାର ଚାଲିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜସ୍ବ ବିଭାଗ,ଖଣି ବିଭାଗ ଓ ଆରକ୍ଷୀ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତକାଲି ଶୁକ୍ରବାର ଦିନ ‘ଓଡିଶା ସମାଚାର’ ରେ ନିକଟସ୍ଥ ରାଜହଂସ ବେଆଇନ ବାଲି ଘାଟ ସମ୍ପର୍କରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *