ଓଡ଼ିଆ ଫିଲ୍ମ ‘ଲହରୀ’କୁ ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ୱର,୧୯/୦୭/୨୦୨୬(ଓଡ଼ିଶା ସମାଚାର)- ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ଶ୍ରେଷ୍ଠ ଆଂଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ନୃତ୍ୟ ନିର୍ଦେଶନା ସହିତ ନିର୍ଦେଶନା ଭାର ସମ୍ଭାଳି ଥିଲେ ଅମର୍ତ ଭଟ୍ଟାଚାର୍ଯ୍ୟ ।

ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ ପ୍ରମୁଖ ଅଭିନୟ କରିଥିଲେ । ଓଡ଼ିଶାର ଗ୍ରାମୀଣ ପରିବେଶରେ ପରମ୍ପରା ଓ ଆଧୁନିକତାର ଦ୍ୱନ୍ଦ୍ୱ, ପିତା-ପୁଅ ସମ୍ପର୍କ, ବନ୍ଧୁତ୍ୱ ଓ ଜୀବନର ପରିବର୍ତନକୁ କେନ୍ଦ୍ର କରି ଫିଲ୍ମଟି ଗତିଶୀଳ ହୋଇଥିଲା । ଚଳଚ୍ଚିତ୍ରଟି ୨୦୨୫ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣ (ଆଇଏଫଏଫଏମ) ଓ ତସବୀର ଦକ୍ଷିଣ ଏସୀୟ ଫିଲ୍ମ ଫେଷ୍ଟିଭାଲ ଭଳି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ /ଚୟନ ହୋଇଥିଲା । ଗତବର୍ଷ ସେପ୍ଟେମ୍ବର ୧୨ରେ ମୁକ୍ତିଲାଭ କରିଥିଲା ।

Leave a Reply

Your email address will not be published. Required fields are marked *