ବର୍ଷାକୁ ଖାତିର ନ କରି ଲୋକଙ୍କ ପାଇଁ ଅଣ୍ଟା ଭିଡ଼ିଲେ ବରୀ ବିଧାୟକ ବିଶ୍ୱରଞ୍ଜନ ।

ଯାଜପୁର,୨୫/୧୦/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର )- ଲଗାଣ ବର୍ଷାରେ କଚ୍ଚା ଘରେ ବସବାସ କରୁଥିବା ଲୋକଙ୍କ ହାଲ ବେହାଲ୍,ତୁହାକୁ ତୁହା ବର୍ଷାରେ ପାଲ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା  ବରୀ ତହସିଲରେ । ଖବର ପାଇ ପହଞ୍ଚିଲେ ବରୀ ବିଧାୟକ,ଆଉ ସମସ୍ୟାର ହେଲା ସମାଧାନ। ତୁରନ୍ତ ପାଲ ଗଲା ପ୍ରତି ପଞ୍ଚାୟତକୁ। ବାତ୍ୟା ଦାନାର ପ୍ରଭାବରେ ଦୁଇ ଦିନ ଧରି ଲାଗି ରହିଛି ପ୍ରବଳ ବର୍ଷା ସାଂଗକୁ ମଧ୍ୟମ ଧରଣ ପବନ। ଆଉ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଚା ଘରେ ବସବାସ କରୁଥିବା ଲୋକମାନେ। ଅନେକ କଚ୍ଚା ଘରର କାନ୍ଥ ଗଳି ପଡ଼ିଥିବା ଦୃଶ୍ୟ ସମ୍ନାକୁ ଆସିଛି। ସେହିପରି ଲଗାଣ ବର୍ଷା ପ୍ରଭାବରେ ଗୁହାଳ ଘର ଗୁଡ଼ିକ ଭାଙ୍ଗି ଯିବାରୁ ଗାଈ ଗୋରୁ ମାନେ ମଧ୍ୟ ବାସ ଗୃହ ହରାଇ ବସିଛନ୍ତି। ଯାହାକୁ ନେଇ ଆଜି ଏତେ ବର୍ଷା ସତ୍ତ୍ୱେ ପାଲ ପାଇଁ ବରୀ ତହସିଲ୍ ଅଫିସ ସମ୍ମୁଖରେ ଗହଳି ଦେଖିବାକୁ ମିଳିଥିଲା। ଖବର ପାଇ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ବରୀ ତହସିଲ ଅଫିସରେ ପହଞ୍ଚି ତହସିଲଦାର୍ ଙ୍କ ସହିତ ଆଲୋଚନା ପରେ ଆମ ପାଖରେ ପାଲ ମହଜୁଦ ଅଛି ଖୁବ୍ ଶୀଘ୍ର ପାଲ ବଣ୍ଟନ କରାଯିବ ବୋଲି ବୋଲି ବରୀ ତହସିଲଦାର କହିଛନ୍ତି। ହେଲେ ଲୋକ ମାନଙ୍କ ସହିତ ଗୋରୁ ଗାଈ ଅସୁବିଧାରେ ଅଛନ୍ତି । ତେଣୁ ଆଜି ହିଁ ବରୀ ଲୋକ ପାଲ ପାଇବା ଦରକାର ବୋଲି  ବରୀ ବିଧାୟକ କହିବା ପରେ ଆଜି ବରୀ ବ୍ଲକର କ୍ଷତି ଗ୍ରସ୍ତ ପଞ୍ଚାୟତ ଗୁଡ଼ିକୁ ତହସିଲ ପକ୍ଷରୁ ପାଲ ପଠାଇ ଦିଆଯାଇଛି।

ପରେ ବରୀ ବିଧାୟକ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବର୍ଷା କମିଲେ କୃଷକ ମାନଙ୍କ କ୍ଷୟ କ୍ଷତିର ଆକଳନ କରି ରିପୋର୍ଟ କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଗାଈ ଗୋରୁ ମାନଙ୍କ ନିମନ୍ତେ ଖାଦ୍ୟ ସହିତ ଉତ୍ତମ ଚିକିତ୍ସା ଯୋଗାଇବାକୁ ବିଭାଗୀୟ ଅଧିକାରୀଙ୍କ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ବରୀ ଲୋକଙ୍କ ପାଇଁ ସେ ସଦାସର୍ବଦା ସେବା କରିବାକୁ ପ୍ରସ୍ତୁତ ଅଛନ୍ତି, ଏଭଳି ବିପଦ ସମୟରେ ଲୋକଙ୍କ ପାଇଁ କାମ କରିବା ତାଙ୍କର ମୂଳ ଲକ୍ଷ ବୋଲି ଓଡ଼ିଶା ସମାଚାର କୁ ଏକ ସ୍ବତନ୍ତ୍ର ସାକ୍ଷାତକାର ରେ କହିଛନ୍ତି ।

Leave a Reply

Your email address will not be published. Required fields are marked *