କେଏମସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ 

କଟକ ସଦର ,୦୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଖ୍ୟାତ ଗାନ୍ଧିବାଦୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଆଜି ଶନିବାର ଦିନ କଟକ ମହାନଗର ନିଗମ ମେୟର ସୁବାସ ସିଂହ ଅନାବରଣ କରିଛନ୍ତି।

ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନଙ୍କ ସହିତ କର୍ପୋରେଟର ମାନେ ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ପ୍ରତିମୂର୍ତ୍ତି କେଏମସି ୯ ନମ୍ବର ୱ।ର୍ଡ ଦୟାଶ୍ରମ ରୋଗରେ ସ୍ଥାପନ କରାଯାଇଛି।ଜଣଙ୍କ ପରେ ଜଣେ ବର ପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି କଟକ ମହାନଗର ନିଗମ ପ୍ରଶଂସାର ପାତ୍ର ‌ହୋଇଛି।

Leave a Reply

Your email address will not be published. Required fields are marked *