ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା

ଯାଜପୁର ୧୪/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ୍ ଅନ୍ତର୍ଗତ ବରୁଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ୍ ସଚେତନତା ସଭା ପ୍ରାଧିକରଣ ସଚୀବ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ସଚୀବ ପ୍ରାରମ୍ଭିକ ସୂଚନା ଦେବା ପରେ ବିଦ୍ୟାଳୟରେ ଛାତ୍ର ଆଇନ୍ ସାକ୍ଷରତା କ୍ଲବ୍ ଗଠନ ତାର କାର୍ଯ୍ୟ ପରିସର ବିଷୟ ବର୍ଣ୍ଣନା କରିଥିଲେ।ପ୍ରତ୍ୟେକ ଶିକ୍ଷାର୍ଥୀ  ମୂଳରୁ କିପରି ଆଇନ୍ ସମ୍ବନ୍ଧୀୟ ସଚେତନ ହୋଇପାରିବ ତାହା ବୁଝାଇ ଥିଲେ। ଏଥିରେ ଅତିଥି ଆଲୋଚକ ଭାବେ ଏସ୍ ଡି ପି ଓ ପ୍ରଶାନ୍ତ କୁମାର ମାଝି, ଆଡିସିନାଲ୍ ତହସିଲଦାର୍ ଯାଜପୁର ଅଜୟ କୁମାର ପଣ୍ଡା ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ. ରୁଦ୍ରନାରାୟଣ ପୃଷ୍ଟି ଓ ସରୋଜିନୀ ଦାସ ସୁରକ୍ଷା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

ଜାତୀୟ ଆଇନ୍ ସେବା ପ୍ରାଧିକରଣ ମାଦକ ମୁକ୍ତ ଭାରତ ଯୋଜନା, ନାଲସା ହେଲ୍ପ ଲାଇନ୍ ୧୫୧୦୦ର ଉପଯୋଗ, ବିଶାଖା ଅନ୍ୟମାନେ ବନାମ ରାଜସ୍ଥାନ ସରକାର ମାମଲା, କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ଇତ୍ୟାଦି ସହିତ ଶିଶୁଙ୍କ ଅଧିକାର ଓ ସୁରକ୍ଷା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଏତଦବ୍ୟତୀତ ନାଲସା ର ଜାଗୃତି ସ୍କିମ ବିଷୟରେ ଆଲୋଚନା ହୋଇଥିଲା।ପ୍ରଧାନ ଶିକ୍ଷକ କୁଳମଣି ମଲ୍ଲିକ୍ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସୁଜାତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ର ଆଇନ୍ ସାକ୍ଷରତା କ୍ଲବ୍ ସଂଯୋଜିକା ପ୍ରମିଳା ସିଅଳ ଙ୍କ ସହ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *