ପୋଲିସ କବଜାରେ ଦୁର୍ଦ୍ଧାନ୍ତ ଅପରାଧୀ ରାହୁଲ – ବନ୍ଧୁକ-ଖଣ୍ଡା ଓ ଗୁଳି ଜବତ

ଭଞ୍ଜନଗର,୨୩/୦୩/୨୦୨୪ (ଓଡ଼ିଶା ସମାଚାର)-ଭଞ୍ଜନଗର ପୁଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ କାବୁ କରି ପଚରାଉଚରା ପରେ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ କାଳିଆପଲ୍ଲୀ ଗ୍ରାମର ପବିତ୍ର ନାୟକ ଓରଫ ରାହୁଲ । ତା ନିକଟରୁ ଏକ ବାଇକ୍, ଗୋଟିଏ ବନ୍ଧୁକ, ୪ଟି ଗୁଳି, ଗୋଟିଏ ଖଣ୍ଡା ଓ ଗୋଟିଏ ମୋବାଇଲ ଫୋନ ଜବତ ହୋଇଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି । ଶୁକ୍ରବାର ରାତିରେ ଏସଆଇ ଜୋତ୍ସାମୟୀ ସାହୁ ସଦଳବଳେ ବରଙ୍ଗ ନାଳ ନିକଟରେ ନାକା ଡିଉଟି କରୁଥିଲେ ।ଏହି ସମୟରେ ଭଞ୍ଜନଗର ଥାନା ଅଧିନ କାଳିଆପଲ୍ଲୀ ଗ୍ରାମର ପବିତ୍ର ନାୟକ ନିଜ ବାଇକ୍ ଯୋଗେ ବେଲଗୁଙଋା ରୁ ଭଞ୍ଜନଗର ଆଡକୁ ଆସୁଥିଲେ । ପବିତ୍ର ପୁଲିସ ଟିମ୍ କୁ ଦେଖି ଗାଡି ବୁଲାଇ ପଳାଇଯାଉଥିଲେ । ପୋଲିସ ର ସନ୍ଦେହ ହେବାରୁ ସେହି ଗାଡିକୁ ଗୋଡ଼ାଇ ଧରିବାରୁ ତାଙ୍କ ଠାରୁ ଗୋଟେ ରିଭଲଭର ସହିତ,୪ ଟି ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ ମୋବଇଲ ଫୋନ ଏବଂ ୩୦୦ ଟଙ୍କା କୁ ପୁଲିସ ଜବତ କରିଛି । ଏ ନେଇ ୨୯୦/୨୪ ରେ ଏକ ମାମଲା ରୁଜୁ ସହ ଶନିବାର ପବିତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି । ପବିତ୍ର ନାମରେ ପୂର୍ବରୁ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ ଟି କେସ୍ ରହିଥିବା ଥାନାଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *