ଟାଙ୍ଗୀ ଠାରେ ବିଜେପି ର ନୂତନ କାର୍ଯ୍ୟାଳୟ ଉଦଘାଟିତ

ଖୋର୍ଦ୍ଧା,୧୪/୨/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଟାଙ୍ଗୀ ବ୍ଲକ ଛକ ଠାରେ ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ପକ୍ଷରୁ  ଟାଙ୍ଗୀ ବ୍ଲକ ବିଜେପି  କାର୍ଯ୍ୟାଳୟ ର ଶୁଭ ଉଦ୍ଘାଟନ ହେଇଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ନୂତନ କାର୍ୟ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତଥା ଖୋର୍ଦ୍ଧା ବିଜେପି ବିଧାନ ସଭା ନେତା କାଳୁ ଚରଣ ଖଣ୍ଡେଇତରାୟ,  ଗଞ୍ଜାମ ଲୋକ ସଭା ନେତ୍ରୀ ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟା ଅନୀତା ଶୁଭ ଦର୍ଶନୀ  ପଟ୍ଟନାୟକ, ଗଞ୍ଜାମ ଲୋକ ସଭା ପ୍ରଭାରୀ ଶିଶିର ମିଶ୍ର,  ୯ ନଂ ଜୋନ୍ ମଣ୍ତଳ ସଭାପତି ବିପିନି ପାଲଟା ସିଂହ, ବିଧାନ ସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ, ଯୁବ ନେତା ବିଜୟ ବାହୁବଳେନ୍ଦ୍ର, ଗିରିଶ ମହାରଣା, ସମାଜ ସେବୀ ମଧୁଛନ୍ଦା ଖଣ୍ଡେଇତରାୟ ,ନାରୀ ନେତ୍ରୀ ସୂଚିଶ୍ମିତା ମିଶ୍ର ବଡ଼ଜେନା ଏବଂ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *