ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବିଦ୍ୟୁତ୍ ସେବାର ଘରୋଇକରଣ ଉଛେଦ ଦାବି ନେଇ ଦାବିପତ୍ର ପ୍ରଦାନ।

କଟକ ସଦର , ୨୪/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଘନ ଘନ ଅଘୋଷିତ ବିଦ୍ୟୁତ୍ କାଟ୍, ବିଦ୍ୟୁତ୍ ସେବାର ଘରୋଇକରଣ ଉଛେଦ ପ୍ରଭୃତି ୧୦ ଦଫା ଦାଵି ନେଇ ଆଜି (ଶୁକ୍ରବାର ଦିନ) ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ଆବାହକ ଶ୍ରମିକ ନେତା ରାଜକିଶୋର ମଲ୍ଲିକ ଙ୍କ ନେତୃତ୍ଵରେ ଉପଭୋକ୍ତା ମାନେ ଯାଇ କିଶନନଗର ବିଦ୍ୟୁତ୍ ବିଭାଗ ର କନିଷ୍ଠ ଯନ୍ତ୍ରୀ ଦେଵେନ୍ କୁମାର ପଣ୍ଡା ଙ୍କୁ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଆଗାମୀ ଦିନରେ ମଞ୍ଚ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲିି ରାଜକିଶୋର ମଲ୍ଲିକ ଚେତାବନୀ ଦେଇଛନ୍ତି। ଏଥିରେ ଆଜି ବହୁ ଉପଭୋକ୍ତାଙ୍କ ସହିତ ଵୁଧଦେଵ ଭୋଇ,ଶରତ ଚନ୍ଦ୍ର ବେହେରା,ସୟଦ୍ ଗୋହର‌ ଅଲ୍ଲୀ,ଜଵର ଖାଁ, ପୂର୍ବତନ ସରପଂଚ ବାଉରୀବନ୍ଧୁ ମହାନ୍ତି, ପୂର୍ବତନ ସରପଂଚ ଛତ୍ରପତି ସିଂ, ଉମେଶ ଚନ୍ଦ୍ର ବେହେରା,ବିଜୟ ମଲ୍ଲିକ,ଅମିୟ କୁମାର ବିଶୋଇ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *