କୋଷ୍ଟାଲ୍ ସିକୁ୍ୟରିଟି କମୁ୍ୟନିଟି ପୁଲିସିଂ କାର୍ଯ୍ୟକ୍ରମ

ପୁରୀ,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ପୁରୀ ପୁଲିସ୍ ଦ୍ୱାରା ସମୁଦ୍ରତଟୀୟ ସୁରକ୍ଷାକୁ ସୁଦୃଢ଼ କରିବା, ଲୋକମାନଙ୍କ ସହ ପୁଲିସ୍ ସମ୍ପର୍କକୁ ବୃଦ୍ଧି କରିବା ଓ ସଚେତନତା ବୃଦ୍ଧିକୁ ଲକ୍ଷ୍ୟ କରି କୋଷ୍ଟାଲ୍ ସିକ୍ୟୁରିଟି କମ୍ୟୁନିଟି ପୁଲିସିଙ୍ଗ୍ କାର୍ଯ୍ୟକ୍ରମ ଚନ୍ଦ୍ରଭାଗା ମେରାଇନ ପୁଲିସ୍ ଷ୍ଟେସନ ୍ରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଥିଲା, ସମୁଦ୍ରତଟୀୟ ଅଂଚଳର ଲୋକଙ୍କୁ ସଚେତନ କରିବା, ବିପଦ ସମୟରେ ସ୍ଥାନୀୟଙ୍କ ସହଯୋଗ ବୃଦ୍ଧି କରିବା, ଯୁବ ସମାଜରେ ସ୍ପୋର୍ଟସ୍ ଓ ସାଂସ୍କୃତିକ ମନୋଭାବ ଗଢ଼ି ତୋଳିବା, ପୁଲିସ୍ ଓ ପବ୍ଲିକ୍ ସମ୍ପର୍କକୁ ଦୃଢ କରିବା ।

ଏଥିସହ ପ୍ରତିଯୋଗିତାମାନେ ଆୟୋଜିତ ଖେଳ ରେ ଯଥା ଭଲିବଲ୍ ମ୍ୟାଚ୍ – ସ୍ଥାନୀୟ ଯୁବମାନଙ୍କ ମଧ୍ୟରେ ଉତ୍ସାହଜନକ ଖେଳ, ଚିତ୍ରକଳା ପ୍ରତିଯୋଗିତା, ପିଲାମାନେ ସମୁଦ୍ର, ପରିବେଶ, ପୁଲିସିଙ୍ଗ୍ ଆଦି ବିଷୟରେ ଅଦ୍ଭୁତ ଚିତ୍ର ପ୍ରସ୍ତୁତ କରିଥିଲେ । ଗୀତ ଓ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତିକୁ ଅନୁଭବ କରାଇଥିବା ଅନେକ ପ୍ରଦର୍ଶନ କରିଥିଲେ, କଳା ଓ ସାହିତ୍ୟ ମଂଚ ପିଲାମାନେ ତାଙ୍କ ସ୍ୱରଚିତ କବିତା ଓ ଭାଷଣ ରଖିଥିଲେ ସମସ୍ତ ପ୍ରତିଯୋଗିମାନେ ଉତ୍ସାହର ସହିତ ଯୋଗଦେଲେ, ଯାହା ସମାଜରେ ଏକ ସ୍ୱସ୍ଥ ସଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା ।

ପୁରସ୍କାର ବଂଟନ କାର୍ଯ୍ୟକ୍ରମ ହୋଇଥିଲା, ବିଭିନ୍ନ ପ୍ରତିଯୋଗିତାର ଜିତୁଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ, ସ୍ଥାନୀୟ ଆବଶ୍ୟକତାପୂର୍ଣ୍ଣ ଲୋକଙ୍କୁ କମ୍ବଳ ବଂଟନ, ବିଭିନ୍ନ ସ୍କୁଲ୍ ଓ ଯୁବକ ଓ ଯୁବତୀ ଙ୍କୁ ସଙ୍ଗୀତ ସାମଗ୍ରୀ ବଂଟନ କରାଯାଇଥିଲା । ସ୍ୱାସ୍ଥ୍ୟ ଶିବିର ସମୁଦାୟର ଶତାଧିକ ଲୋକଙ୍କୁ ଚିକିତ୍ସା, ପରୀକ୍ଷା ଓ ଔଷଧ ସେବା ବ୍ୟବସ୍ଥା କରାଯାଇଥିଲା ।

ଏହି ପ୍ରୟାସ ଦ୍ୱାରା ସମୁଦ୍ରତଟୀୟ ଅଂଚଳର ସମାଜକୁ ସଜାଗ, ସୁସ୍ଥ ଓ ସଶକ୍ତ କରିବାରେ ଗୁରୁତ୍ୱପ୍ୱୂର୍ଣ୍ଣ ଭୂମିକା ନିଭାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ି ସଚିନ ପଟେଲ, ଏସଡିିପିଓ ନିମାପଡା ଜନାର୍ଦ୍ଧନ ପାଢୀ, ଅସିଷ୍ଟାନ୍ଟ ଫିଶରି ଅଫିସର ସୁବୀତ ପଟେଲ, ହେଡମାଷ୍ଟର ସୁତନ ସୁରେନ୍ଦ୍ରନାଥ ପଢୀ, ଆଇଆଇସି ରାମଚଣ୍ଡୀ ଓ ଆଇଆଇସି ଚନ୍ଦ୍ରଭାଗା ମେରିନ୍ ପୁଲିସ୍ ଷ୍ଟେସନ୍ । ଅତିଥିମାନେ କମ୍ୟୁନିଟି ପୋଲିସିଙ୍ଗ୍ ର ଗୁରୁତ୍ୱ, ସମୁଦ୍ର ସୁରକ୍ଷା, ବିଦ ପ୍ରବନ୍ଧନ ଓ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଇଥିଲେ । ପୁରୀ ପୁଲିସ୍ ଦ୍ୱାରା ଏହା ଯୁବ ସଶକ୍ତିକରଣ, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧା ବୃଦ୍ଧି ପାଇଁ କରାଯାଇଥିଲା ।

Leave a Reply

Your email address will not be published. Required fields are marked *