ମୁକ ବଧିର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳିତ

ଭୁବନେଶ୍ୱର, ୨୪/୧୨/୨୦୨୪ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ତରଫରୁ ବିଶିଷ୍ଟ ସାଇଭକ୍ତ ତଥା ସାଇ ଅଧ୍ୟାତ୍ମଦର୍ଶନର ବିଶିଷ୍ଟ ପ୍ରଚାରକ, ଅଧ୍ୟାତ୍ମିକ ଗୁରୁ, ଗୁରୁଜୀ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ତମ ଜନ୍ମଦିନ ସତ୍ୟଭାମା ଦେବୀ କଲେଜ ଅଫ ହିୟେରିଙ୍ଗ ଇମ୍ପେଡ଼, ୟୁନିଟ-୬, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଡ. ରୁଦ୍ର ମହାନ୍ତିଙ୍କ ଉପସ୍ଥିତରେ କେକ କାଟି ପୂର୍ଣ୍ଣ ଉତ୍ସାହ ସହ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତା, ଶ୍ରୀ ଅମିତାଭ ସାହୁ, ଡ. ଟୁନା ସାହୁ, ଶ୍ରୀ ସତ୍ୟ ଶେଖର ପରିଡା, କଲେଜର ଅଧ୍ୟକ୍ଷା ଶ୍ରୀମତୀ ନିରୋଜା ମହାପାତ୍ର, ଶ୍ରୀ ସଚିନ ସେନାପତି ଏବଂ ଶ୍ରୀ ଡମ୍ବରୁଧର ମାଝୀ ପ୍ରଭୁତି ସହଯୋଗ ଓ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *