କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ – – ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ

ଭୁବନେଶ୍ୱର,୧୪/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ବିଜେପି ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମୁଁ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ। ମୋର ସାର୍ବଜନିକ ଜୀବନର ସମସ୍ତ ନିର୍ଣ୍ଣୟ ଦଳ ନିଏ । କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ମୋତେ ପୁଣିଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏଭଳି ସୁଯୋଗ ମିଳିଛି।ଆଜି ସକାଳେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା । ଏହାର କିଛି ସମୟ ପରେ ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ ଜଣାଇଥିଲା । ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ ଜଣାଇଥିବା ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି। ଏହାପୂର୍ବରୁ ୨୦୧୯ରେ ମଧ୍ୟ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ ବୈଷ୍ଣବ ।

Leave a Reply

Your email address will not be published. Required fields are marked *