କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପାର୍ବଣ ଅନୁମତି ପାଇଁ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ର ଉଦଘାଟନ

କଟକ ସଦର,୧୮/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଗାମୀ ପାର୍ବଣରେ ମଣ୍ଡପ ଗୁଡିକରେ ସାଜସଜ୍ଜା ସହିତ ଭସାଣି ଶୋଭାଯାତ୍ରା ର ଅନୁମତି ସରଳିକରଣ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଶୁକ୍ରବାର ଦିନ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ର ଉଦଘାଟନ ହୋଇଛି।

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ଉପସ୍ଥିତିରେ ମହାନଗର ଶାନ୍ତି କମିଟିର ବରିଷ୍ଠ କାର୍ଯ୍ୟକାରୀ ସଭାପତି ପ୍ରଦୀପ ସିହ୍ନା (ହାଵୁଦା) ଏହି ବ୍ୟବସ୍ଥାକୁ ଫିତାକାଟି ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *