ଗରଦପୁର, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)-ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଗରଦପୁର ବ୍ଲକ୍ ନଡ଼ିଆ ବରାଇ ଠାରୁ ନାରଣକୁର ପର୍ଯ୍ୟନ୍ତ ୨ କିମି ରାସ୍ତା ପାଇଁ ୧ କୋଟି ୩୯ଲକ୍ଷ ଟଙ୍କା ବ୍ୟୟରେ ଓ ନୂଆପଡ଼ା ଠାରୁ ଗରଦପୁର ପର୍ଯ୍ୟନ୍ତ ୯ କିମି ରାସ୍ତା ପାଇଁ ୯ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ରାସ୍ତାକୁ ବିଧାୟିକା ପ୍ରତିନିଧି ସଂଜୟ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି ଅବସର ରେ ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା,ସମାଜସେବୀ ଭଗବାନ ଜେନା, ଅଶ୍ୱିନୀ ପରିଜା, ଅମିୟ ପରିଜା, ଦୁଖିଶ୍ୟମ ସେନାପତି, ପୂର୍ବତନ ସରପଂଚ ଗୌରାଙ୍ଗ ପରିଡ଼ା, ସହକାରୀ ଯନ୍ତ୍ରୀ ସଂଜୟ ସାହୁ , କନିଷ୍ଠ ଯନ୍ତ୍ରୀ ମନୋଜ ସଢ଼ଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।