୭ ଦଫା ଦାବିରେ ନୂଆପଡ଼ା ଗ୍ରାମବାସୀଙ୍କ ଅନଶନ  

                                              ବିଧାୟିକା ପ୍ରତିନିଧି ଙ୍କ ଅନୁରୋଧକୁ ପ୍ରତ୍ୟାକ୍ଷାନ

ଗରଦପୁର, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ପାଖଡ଼ ପଂଚାୟତର ନୂଆପଡ଼ା ଗ୍ରାମବାସୀ ମାନେ ୭ ଦଫା ଦାବିରେ ନୂଆପଡ଼ା ଠାରେ ଶାନ୍ତି ପୂର୍ଣ୍ଣ ଅନଶନ କରିଛନ୍ତି । ଏହି ଅନଶନ ଫଳରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲ ପହଂଚି ସମସ୍ତ ଦାବି ବିଚାର କରାଯିବାସହ ଅନଶନ ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଥିଲେ ବି ଅନଶନକାରୀ ତାଙ୍କ ଅନୁରୋଧ ପ୍ରତ୍ୟାକ୍ଷାନ କରିଦେଇଛନ୍ତି । ତେବେ ଉକ୍ତ ଦାବି ମଧ୍ୟରେ ନୂଆପଡ଼ା ଠାରୁ ଶିତଳ ପାଟଣା ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ, ନୂଆପଡ଼ା ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ, ତାଳଦଣ୍ଡା ଯୋରକୁ ସଫେଇ ଓ ପୁନରୁଦ୍ଧାର, ମାଙ୍କଡ଼ ମାନଙ୍କ ଉପଦ୍ରବରୁ ମୁକ୍ତି, ନୂଆପଡ଼ା ଠାରେ ଯାତ୍ରୀ ବିଶ୍ରାମଗାର ପ୍ରତିଷ୍ଠା, ଖୋଲା ବିଦ୍ୟୁତ ତାରର ପରିବର୍ତନ , ନୂଆପଡ଼ା ବ୍ରାହ୍ମଣ ଶାସନ ପାଇଁ ସ୍ମଶାନ ପ୍ରତିଷ୍ଠା ପାଇଁ ଉକ୍ତ ଗ୍ରାମର ସାମାଜିକ କର୍ମୀ ପ୍ରଫୁଲ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ହେମନ୍ତ ପଣ୍ଡା, ଶରତ ଦାସ, ଦୁଷ୍ମନ୍ତ ନାୟକ, ଅଭିରାମ ସେଠୀ, କୁଳମଣି ରାଉତ, ରଂଜନ ସେନାପତି , ଧିରେନ ନାୟକ ଙ୍କ ସମେତ ୱାର୍ଡ଼ ସଭ୍ୟ ରଂଜନ ଦାଶ ପ୍ରମୁଖ ଅନଶନରେ ବସିଛନ୍ତି । ହେଲେ କୌଣସି ସରକାରୀ ଅଧିକାରୀ ଙ୍କ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖାନମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *