ଭୁବନେଶ୍ୱର, ୧୧/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନବରାତ୍ରୀ ଉପଲକ୍ଷେ ଭୁବନେଶ୍ୱରର ଧର୍ମବିହାର ଲେଡିଜ କ୍ଲବ ଆନୁକୁଲ୍ୟରେ ଦାଣ୍ଡିଆ ନାଇଟସ୍ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧର୍ମବିହାର ଲେଡିଜ କ୍ଲବ୍ର ସମସ୍ତ ସଦସ୍ୟା, ଧର୍ମବିହାର କଲୋନୀର ପ୍ରାୟ ସବୁ ମହିଳା ଓ ଝିଅମାନେ ଯୋଗଦେବା ସହିତ ସେମାନଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ଦାଣ୍ଡିଆ ନୃତ୍ୟ ଧର୍ମବିହାରବାସୀଙ୍କୁ ବିମୋହିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ଲେଡିଜ କ୍ଲବ୍ର ସଭାପତି ଶ୍ରୀମତୀ ଫ୍ଲୋରେନ୍ସ ମହାପାତ୍ର, ସମ୍ପାଦିକା ଶ୍ରୀମତୀ ପ୍ରଭାସିନୀ, କୋଷାଧ୍ୟକ୍ଷ ଶ୍ରୀମତୀ ଚିତ୍ରଲେଖା, ବରିଷ୍ଠା ସଭ୍ୟା ଶ୍ରୀମତୀ ମିନୁ ପଣ୍ଡା ଓ ଶ୍ରୀମତୀ ସଂଯୁକ୍ତା ଦାଶ ପରିଚାଳନା କରିଥିଲେ ।
ଧର୍ମବିହାର ଲେଡିଜ କ୍ଲବ ଆନୁକୁଲ୍ୟରେ ଦାଣ୍ଡିଆ ନାଇଟସ୍
