କେନ୍ଦ୍ରାପଡ଼ା, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)- ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୯ବର୍ଷ ମଧ୍ୟରେ ଲଗାତାର ଭାବେ ଶ୍ରମିକ-କୃଷକ ମାରଣ ନୀତି ନେବା ସହିତ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଅର୍ଥ ବିନିଯୋଗ କମାଇବାର ଲାଗିଛି ।ଅନ୍ୟ ପକ୍ଷରେ ଦରଦାମ ଆଶାତୀତ ବୃଦ୍ଧି ହେବା ସାଙ୍ଗକୁ ଟିକସ ବୃଦ୍ଧି କରୁଥିଲା ବେଳେ କର୍ପୋରେଟ କ୍ଷେତ୍ରକୁ ଟିକସ କମାଇବା ସହିତ ଋଣ ଛାଡ କରାଯାଇଛି ।ବେକାରୀ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।ମୋଦୀ ସରକାର ଭୋଟ ଜିତିବା ପାଇଁ ଧର୍ମୀୟ ଧ୍ରୁବିକରଣ କରୁଛି ।ଏସବୁ ବିରୁଦ୍ଧରେ ଶ୍ରମିକ ଓ କୃଷକ ସଙ୍ଗଠନ ମାନଙ୍କ ପକ୍ଷରୁ ୧୬ଫେବୃଆରୀରେ ଦିଆଯାଇଥିବା ସାଧାରଣ ଧର୍ମଘଟକୁ ସିପିଆଇ(ଏମ୍) ସମର୍ଥନ କରିବ ବୋଲି କେନ୍ଦ୍ରାପଡା ଜିଲା କମିଟି ବୈଠକରେ ନିଷ୍ପତିି ନିଆଯାଇଛି । ପାର୍ଟିର ବରିଷ୍ଠ ନେତା କାଳିପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ଦାୟିତ୍ୱରେ ଥିବା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବଦ୍ରିନାରାୟଣ ଦାଶ ତାଙ୍କ ଉଦ୍ଘାଟନୀ ବକ୍ତବ୍ୟରେ ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ ଦେଇଥିଲେ ।ଜିଲା ସମ୍ପାଦକ ଗୟାଧର ଧଳ ଜିଲାର ସମସ୍ୟା ସମ୍ପର୍କରେ ଆଲୋଚନା କରି କହିଲେ ମହାକାଳପଡ଼ାରେ ଆର୍ସେଲର ମିତଲ ଷ୍ଟିଲ ପ୍ଲାନ୍ଟପ୍ରତିଷ୍ଠା ସମ୍ପର୍କିତ ଜନ ଶୁଣାଣି ଏକ ପାଖିଆ ଓ ତାହା ନିୟମ ବହିର୍ଭୁତ । ଜନ ଶୁଣାଣିରେ ସ୍ଥାନୀୟ ପରିବେଶବିତ, ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇନାହିଁ । ନିର୍ଦିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସାମିଲ କରି କାର୍ଯ୍ୟକ୍ରମ ସମାପନ କରାଯାଇଛି ଓ ଅନ୍ୟମାନଙ୍କୁ ବାରଣ କରାଯାଇଛି । ଜନ ଶୁଣାଣି କେବଳ ପ୍ରଶାସନ ଓ ଜମି ହରାଉଥିବା ଲୋକଙ୍କ ମଧ୍ୟରେ ଆଲୋଚନା ନୁହେଁ । ସେ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାର ଓ କମ୍ପାନୀ ମଧ୍ୟରେ କଣ କଣ ଚୁକ୍ତି ସ୍ୱାକ୍ଷରିତ ହେଇଛି ତାହା ସାର୍ବଜନୀନ ହେବା ଉଚିତ କି ନାହିଁ । ରାଜ୍ୟ ତଥା ଜିଲାବାସୀଙ୍କୁ ଜଣାଇବାର ଆବଶ୍ୟକତା ରହିଛି । ଏସମ୍ପର୍କରେ ଖୁବଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରୋତମ ପାର୍ଥସାରଥୀ, ଧୀବର ବେହେରା, ସୋମନାଥ ବିଶ୍ୱାଳ, ଭୀମସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହାବାଦ ଜିଲ୍ଲାରେ ଦଶ ହଜାର ଚାଷୀଙ୍କୁ ସଭ୍ୟଭୁକ୍ତ କରିବାକୁ ନିଷ୍ପତିି ନିଆଯାଇଛି ।
Related Posts
କନ୍ଦରପୁର ମଣ୍ଡଳରେ ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ଙ୍କ ପରିବର୍ତନ ରାଲି
କଟକ ସଦର ,୨୨/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୫ ନମ୍ବର ଜୋନ୍ କନ୍ଦରପୁର ମଣ୍ଡଳରେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସଂଧ୍ୟାରେ…
କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉଦଘାଟିତ
ରାଉରକେଲା,୨୩/୦୩/୨୦୨୪ (ଓଡ଼ିଶା ସମାଚାର)- ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ତରଫରୁ ଗ୍ୟାରେଣ୍ଟି କାର୍ଡ ଉଦଘାଟିତ ହୋଇଯାଇଛି। ଦଳର ସଭାପତି ରବି ରାୟ ଙ୍କ ସଭାପତିତ୍ବରେ ଆୟୋଜିତ…
ତୁଳସୀକ୍ଷେତ୍ର ରଥଯାତ୍ରାରେ କଂଗ୍ରେସ ସେବାଦଳର ସେବା ଶିବିର
କେନ୍ଦ୍ରାପଡ଼ା, ୧୮/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ପ୍ରସିଦ୍ଧ ତୁଳସୀ କ୍ଷେତ୍ର ଶ୍ରୀବଳଦେବଜୀଉଙ୍କ ରଥ ଯାତ୍ରାରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଜିଲ୍ଲା କଂଗ୍ରେସ ସେବାଦଳର ଦୁଇ ଦିନିଆ ସେବା…
