କଟକ ସଦର, ୨୪/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହରରେ ଦିନକୁ ଦିନ ଭିଡ ମାତ୍ରାଧିକ ଭାବେ ବଢି ଚାଲିଥିବା ରୁ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ଅଭିଯୋଗ ହୋଇଆସୁଛି।
ଏହାର ନିରାକରଣ ପାଇଁ ଓଏମପି ଛକରୁ ଚାଉଳିଆଗଞ୍ଜ ଓ ନୂଆ ବଜାର ଦେଇ କନ୍ଦରପୁର ପର୍ଯ୍ୟନ୍ତ ଏକ ହାଇଲେଵୁଲ ରାସ୍ତା ନିର୍ମାଣ କରିବାକୁ କଟକ ସାଂସଦ ସଂସଦ ରତ୍ନ ଡ଼ଃ ଭର୍ତୃହରି ମହତାବ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ୍ ଗଡକରି ଙ୍କୁ ଭେଟି ଆଲୋଚନା କରିବା ସହିତ ଲିଖିତ ଦାବି ଉପସ୍ଥାପନ କରିଥିବା ଜଣାଯାଇଛି। କେନ୍ଦ୍ରମନ୍ତ୍ରୀ ଗଡକରି ଏହି ପ୍ରସ୍ତାବକୁ ଆନ୍ତରିକତା ର ସହ ଗ୍ରହଣ କରି ଡିପିଆର ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ଅନୁମୋଦନ ଲାଭ ପରେ ଓଏମପି ଛକରୁ କନ୍ଦରପୁର ପର୍ଯ୍ୟନ୍ତ ହାଇଲେଵୁଲ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା ସଂଚାର ହୋଇଛି।
