କଟକ ସଦର,୨୬/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ରେ ଦଶହରା ଉପଲକ୍ଷେ ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ବେଳେ ଆଜି ଶୁକ୍ରବାର ଦିନ ଜିଲ୍ଲା ବିଜେଡ଼ି ପକ୍ଷରୁ ଵଜ୍ରକଵାଟି ରୋଡ଼ ଦ୍ୱ।ରିକା ହୋଟେଲ ରେ ବନ୍ଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, କଟକ ମହାନଗର ନିଗମ ମେୟର ସୁବାସ ସିଂହ ଓ ଚୌଦ୍ୱ।ର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଙ୍କ ଆଵାହକତ୍ୱରେ ଆୟୋଜିତ ଉକ୍ତ ବନ୍ଧୁମିଳନ କାର୍ୟ୍ୟକ୍ରମରେ ରାଜ୍ୟ ବିଜେଡ଼ି ର ବରିଷ୍ଠ ଉପସଭାପତି ଦେଵୀ ମିଶ୍ର, ବରିଷ୍ଠ ଉପସଭାପତି ପ୍ରତାପ ଜେନା, ବିଜେଡ଼ି ନେତା ସନ୍ତୃପ୍ତ ମିଶ୍ର, ପୂର୍ବତନ ସାଂସଦ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ବାରବାଟି -କଟକ ବିଧାୟିକା ସୋଫିଆ ଫିରଦୋସ,ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ବିଜେଡ଼ି ନେତା ମଧୁସୂଦନ ସାହୁ, ବିଜେଡ଼ି ନେତା ବିଳାସ ମଲ୍ଲିକ, ବିଜେଡ଼ି ନେତା ସୁବୋଧ ବେହେରା, ବିଜେପି ନେତା ଲଲାଟେନ୍ଦୁ ଵଡୁ ଙ୍କ ସମେତ ପୂଜା କମିଟି, ଶାନ୍ତି କମିଟି ର କର୍ମକର୍ତ୍ତା ଓ ବହୁ ସାହି ମୁରଵୀଙ୍କ ସହିତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।

ଦଳମତ ନିର୍ବିଶେଷରେ ଶତାଧିକ ବ୍ୟକ୍ତିଵିଶେଷ ଏଥିରେ ଯୋଗ ଦେଇଥିବା ବେଳେ ଏହି ଭଳି ବନ୍ଧୁମିଳନ କାର୍ୟ୍ୟକ୍ରମ କରିଆସୁଥିବା କଟକ ଜିଲ୍ଲା ର ପୂର୍ବତନ ବିଜେଡ଼ି ସଭାପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଙ୍କୁ ଆଜିର ଉକ୍ତ କାର୍ୟ୍ୟକ୍ରମ ରେ ଦେଖିବାକୁ ମିଳିନଥିଲା।
