ସହରର ସର୍ବାଙ୍ଗୀନ ବିକାଶ ଓ ସ୍ୱଚ୍ଛତା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କଲେ ନିର୍ବାହୀ ଅଧିକାରୀ
ଯାଜପୁର,୩୧/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ପୌରପାଳିକା ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପବିତ୍ର “ସ୍ୱାୟତ୍ତ ଶାସନ ଦିବସ” ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନଶିଳ୍ପ, ହସ୍ତଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌରାଞ୍ଚଳର ଉନ୍ନୟନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ମନ୍ତ୍ରୀ ଶ୍ରୀ ବଳସାମନ୍ତ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସହରର ବିକାଶ ହିଁ ରାଜ୍ୟର ବିକାଶର ମୂଳଦୁଆ। 
ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଉପଭୋଗ କରିବାର ଯଥାର୍ଥ ମଞ୍ଚ ହେଉଛି ସ୍ୱାୟତ୍ତ ଶାସନ ବ୍ୟବସ୍ଥା। ସହରର ବିକାଶ ହିଁ ରାଜ୍ୟ ବିକାଶର ପ୍ରମୁଖ ମୂଳଦୁଆ। ନାଗରିକଙ୍କ ସହଯୋଗ ଓ କାଉନସିଲରମାନଙ୍କ ନିଷ୍ଠାପର ପରିଶ୍ରମ ବିନା ସହରାଞ୍ଚଳର ପୂର୍ଣ୍ଣାଙ୍ଗ ବିକାଶ ଅସମ୍ଭବ। ସ୍ୱଚ୍ଛ ଭାରତ ଅଭିଯାନରେ ଆମ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ। ପୌର ସଂସ୍ଥାଗୁଡ଼ିକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନ ପାଇଁ ଆମକୁ ମିଳିମିଶି କାମ କରିବାକୁ ହେବ।
ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ କାଉନସିଲରମାନଙ୍କ କଠିନ ପରିଶ୍ରମ ଦ୍ୱାରା ସହରାଞ୍ଚଳର ବିକାଶ ସମ୍ଭବ। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ। ପୌର ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତାସମ୍ପନ୍ନ ଓ ସଶକ୍ତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସମସ୍ତ ପୌରାଞ୍ଚଳକୁ ବିକଶିତ କରି ‘ବିକଶିତ ଓଡ଼ିଶା’ ତଥା ‘ବିକଶିତ ଭାରତ’ ଗଠନ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ସେ କହିଥିଲେ। ମାନ୍ୟବର ସାଂସଦ, ଲୋକସଭା ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଗଣତନ୍ତ୍ରର ପ୍ରାଣକେନ୍ଦ୍ର। ପୌରାଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ବିକାଶ, ନାଗରିକ ସେବା ଯୋଗାଇଦେବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ବଦ୍ଧପରିକର।
, ମାନ୍ୟବର ବିଧାୟିକା ଯାଜପୁର ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯାଜପୁର ସହରର ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛତା ଓ ପ୍ରତ୍ୟେକ ୱାର୍ଡ଼ର ବିକାଶ ଆମର ପ୍ରାଥମିକତା। ପୌରପାଳିକା ସହିତ ସ୍ଥାନୀୟ ଜନସାଧାରଣ ହାତ ମିଳାଇ କାର୍ଯ୍ୟ କଲେ ଯାଜପୁରକୁ ଏକ ଆଦର୍ଶ ଓ ସ୍ୱଚ୍ଛ ସହର ଭାବେ ଗଢ଼ିତୋଳା ଯାଇପାରିବ। ପୌରାଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ ମଲ୍ଲିକ, ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, କାଉନସିଲରବୃନ୍ଦ ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।
ଦିବସ ପାଳନ ଅବସରରେ ପ୍ରଭାତଫେରୀ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପୌରପାଳିକା କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ, ବୃକ୍ଷରୋପଣ ଏବଂ ସଫେଇ କର୍ମଚାରୀମାନଙ୍କୁ ପୋଷାକ ବଣ୍ଟନ ଭଳି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ସାଧାରଣ ସଭାରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ରାଉତ ସ୍ୱାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ। ସେ ସହରକୁ ପ୍ଲାଷ୍ଟିକମୁକ୍ତ ଓ ସ୍ୱଚ୍ଛ ରଖିବା ପାଇଁ ସହରବାସୀଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ ମଲ୍ଲିକ, ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଓ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମାରୋହରେ ପୌରପାଳିକାର ସମସ୍ତ କର୍ମଚାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
