ପୂର୍ବତନ ପୌରଉପାଧ୍ୟକ୍ଷ କୁଞ୍ଜ ବିହାରୀ ପୃଷ୍ଟିଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୭/୦୮/୨୦୨୬ (ଓଡ଼ିଶା ସମାଚାର)- ପୂର୍ବତନ ପୌରଉପାଧ୍ୟକ୍ଷ, ବଳଦେବଜୀଉ ଦେବୋତର ନ୍ୟାସ ର ପ୍ରାକ୍ତନ ସଦସ୍ୟ ମୀରପାଟଣା ଗ୍ରାମର କୁଞ୍ଜବିହାରୀ ପୃଷ୍ଟିଙ୍କର ୯୩ବର୍ଷ ବୟସରେ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପୁଅ ସୌମେନ୍ଦ୍ର ଓ ସୌରେନ୍ଦ୍ର, ଝିଅ, ଜ୍ୱାଇଁଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ଭୁବନେଶ୍ୱରରେ ବରିଷ୍ଠ ବିଜେପି ନେତା ଡ. ଗନ୍ଧର୍ବ ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, କଂଗ୍ରେସ ନେତା ସଞ୍ଜୟ ରାଉତ ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ତାଙ୍କ ମରଶରୀର ଆଜି ସକାଳେ କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ବାସଭବନରେ ପହଂଚିିବା ପରେ ସେଠାରେ ବିଧାୟକ ଗଣେଶ୍ୱର ବେହେରା, ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ରଞ୍ଜିତ ସାହୁ, କାଉନସିଲର କାଳିପ୍ରସାଦ ମିଶ୍ର, ଉମେଶ ନାୟକ, ଶରତ କୁମାର ବେହୁରା, ହିବଜୁର ରହେମାନ, ମୁକ୍ତାର ଖାଁ, ଡା, ଧନେଶ୍ୱର ପ୍ରଧାନ, ଧିରେନ ସାହୁ, ସେକ ଇମ୍ରାନ, ରାଜେଶ ଦାସ, ଦିଲ୍ଲିପ କୁମାର ପ୍ରଧାନ, ମହମ୍ମଦ ଆକବର ଅଲ୍ଲୀ, କମଳାକାନ୍ତ ବେହେରା, ରାମଚନ୍ଦ୍ର ଦାସ, ଅର୍ବାନବ୍ୟାଙ୍କ ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା, ମନୋଜ କୁମାର ସାହୁ, ରାଜେଶ ପଣ୍ଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ପହଂଚି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସେ ତିନିଥର କାଉନସିଲର ଥିବା ସହିତ ଥରେ ପୌରଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଭିନ୍ନ ସମବାୟ ସମିତିର ନିର୍ଦେଶକ ଭାବେ କାର୍ଯ୍ୟ କରିଥିବା ବେଳେ କେନ୍ଦ୍ରାପଡାରେ ଅରୋବିନ୍ଦ ଇଂଟିଗ୍ରାଲ ସ୍କୁଲର ପ୍ରତିଷ୍ଠାତା ଥିଲେ । ସେ ପୂର୍ବତନ ବିଧାୟକ ଇନ୍ଦ୍ରମଣୀ ରାଉତ ଓ ସାଂସଦ ଲୋକନାଥ ଚୌଧୁରୀଙ୍କ ସହକର୍ମୀ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସୌମେନ୍ଦ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ବୋହୁ ଜୟନ୍ତୀ ପାଣି ଏବେ କାଉନସିଲର ଅଛନ୍ତି ।

Leave a Reply

Your email address will not be published. Required fields are marked *