ନାମଲେଖା କୁନେଇସି ଆର ସି ସି ଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୪/୧୨/୨୦୨୪(ଓଡିଶା ସମାଚାର/ ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନ ରେ ଥିବା କାଳିଆବୁଦା ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ନୂତନ ନାମ ଲେଖା କୁ ନେଇ ଅଭିଭାବକ ଙ୍କ ଭିତରେ ମୃଦୁ ଉତ୍ତେଜନା ଦେଖାଦେଇଛି । ଏ ନେଇ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଙ୍କୁ ଅଟକ ରଖିଲେ ଅଭିଭାବକ ଓ ଗ୍ରାମବାସୀ । ଘଟଣା ରୁ ପ୍ରକାଶ, ଆଜକୁ ୬୦ ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିବା କଳିଆବୁଦା ପ୍ରାଥମିକ ବିଦ୍ୟାଳୟ ରେ ବାଲିଆପଦା ଓ ତେନ୍ତଲପୁର ଗ୍ରାମର କୁନି କୁନି ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଉଥିଲେ। ହେଲେ ଏବେ ଛୋଟ ଛୋଟ ପିଲାମାନେ ଦେଢ଼ କିଲୋମିଟର ବିପଦପୂର୍ଣ ଅବସ୍ଥାରେ ଯିବା ଆସିବା କରିବାକୁ ପଡୁଛି। କିନ୍ତୁ ୨୦୧୮ ମସିହା ପର ଠାରୁ ବିଦ୍ୟାଳୟ ରେ ଆଉ ନୂତନ ନାମ ଲେଖା ହେଉନାହିଁ। ହେଲେ ଅଭିଭାବକ ଏନେଇ ପ୍ରଧାନଶିକ୍ଷକ ଙ୍କୁ ଭେଟି ଆଲୋଚନା କରିବାରୁ ସେ କହିଥିଲେ ଉଚ୍ଚ ଅଧିକାରୀଙ୍କ ନିର୍ଦେଶ ରହିଛି ଆଡ଼ମିସନ ହୋଇ ପାରିବ ନାହିଁ। ଅଧିକନ୍ତୁ ସେ କହିଥିଲେ ସରକାରୀ ନିୟମ ଅନୁଯାୟୀ କ୍ଲୋଜର ଓ ମର୍ଜର ଅନୁଯାୟୀ ଏହି ବିଦ୍ୟାଳୟ ଟି ନିକଟ ରେ ଥିବା ଦେଢ଼ କିଲୋମିଟର ଦୂରରେ ତେନ୍ତଲପୁର ୟୁପି ସ୍କୁଲ ରେ ମର୍ଜର ହେବ। ଯାହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ମାନେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।ଏପରିକି ପିଲାମାନେ ଦୁଇ ଦୁଇ ଟି କେନାଲ ଓ କେନାଲ ବନ୍ଧ ରେ ଦ୍ରୁତଗାମୀ ଯାନ ଚଳାଚଳ କରୁଥିବାରୁ ଅଭିଭାବକ ଭୟଭୀତ ଅବସ୍ଥାରେ ରହିଥିଲେ।ଏନେଇ ଏ ସମ୍ପର୍କରେ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ମାଧ୍ୟମ ରେ ଦୃଷ୍ଟିଗୋଚର କରିଥିଲେହେଁ ଆଜି ପର୍ୟ୍ୟନ୍ତ କୌଣସି ନୂତନ ନାମ ଲେଖା ନ ହେବାରୁ ବିଦ୍ୟାଳୟ କୁ ପରିଦର୍ଶନ ରେ ଆସିଥିବା ସି ଆର ସି ସି ଙ୍କୁ ବିଦ୍ୟାଳୟ ରେ ଅଟକ ରଖିଥିଲେ। ଏବଂ ମଣ୍ଡଳ ଶିକ୍ଷାଧିକାରୀ ଆସି ସମସ୍ୟା ସମ୍ପର୍କ ରେ ଆଲୋଚନା କରିବା ସହ ସମସ୍ୟାର ସମାଧାନ କଲେ ସେମାନେ ତାଙ୍କୁ ଛାଡିବେ ବୋଲି କହିଛନ୍ତି ଅଭିଭାବକ।ଏପଟେ ସି ଆର ସି କୁହନ୍ତି ସରକାରୀ ଗାଇଡ଼ଲାଇନ ବିରୁଦ୍ଧରେ ମୁଁ କିଛି କରିପାରିବି ନାହିଁ।ଉଚ୍ଚ ଅଧିକାରୀଙ୍କୁ ଭେଟିବା ପାଇଁ ସେ କହିଥିଲେ, ଫଳରେ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *