କଟକ ସଦର, ୧୨/୧୧/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ମହାକାର୍ତିକ ଧର୍ମ ମାସର ଶେଷ ସୋମବାର ଓ ପଞ୍ଚୁକର ପ୍ରଥମ ଦିନ ଉପଲକ୍ଷେ କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ର ପ୍ରସିଦ୍ଧ ଵାଵା ଧବଳେଶ୍ଵର ଆଶୁତୋଶ ବେଶରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି।ଭିଡ ଏଭଳି ହୋଇଛି ଯେ ପୋଲିସ ପ୍ରଶାସନ ଭିଡ ନିୟନ୍ତ୍ରଣ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ପରିଲକ୍ଷିତ ହୋଇଛି। ସେହିପରି ଆଜି ୧୨ ତାରିଖ ପଞ୍ଚୁକର ଦ୍ୱିତୀୟ ଦିନ ଠାରୁ ବାବାଙ୍କ ଚନ୍ଦ୍ର ଚୁଡ ବେଶ,୧୩ ତାରିଖ ରେ ବଡ଼ ସିଂହାର ବେଶ୍,୧୪ ତାରିଖ ରେ ହରିହର ବେଶ୍,୧୫ ତାରିଖ ରେ ଯୋଗୀ ବେଶ ସହିତ ୧୩ ତାରିଖ ବୁଧବାର ଦିନ ବଡ଼ ଓଷା ଥିବାରୁ ଭକ୍ତଙ୍କ ନାହିଁ ନଥିବା ଭିଡ ଓ ଗହଳିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଓ ଆଠଗଡ଼ ଉପଖଣ୍ଡ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।