ମଙ୍ଗଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୫-ଟିର ଲୋକାର୍ପଣ ଉତ୍ସବ

ଦଶରଥପୁର , ୧୨/୦୨/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତସ୍ତ ମଙ୍ଗଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଟି ଚତୁର୍ଥ ପର୍ଯ୍ୟୟରେ ୫ଟିରେ  ଅନ୍ତର୍ଭୁକ୍ତ ହୋଇ ବିଦ୍ୟାଳୟର ରୂପାନ୍ତରୀଣ କାର୍ଯ୍ୟ ଶେଷ ହୋଇଛି  । ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭରଚୁଆଲ ମୁଡରେ ରୂପାନ୍ତରୀଣ ବିଦ୍ୟାଳୟ ଗୁଡିକୁ ଉଦଘାଟନ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ମଙ୍ଗଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଟିକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ  । ଉଦଘାଟନ ଉତ୍ସବ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନଗେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ  ମୁଖ୍ୟ ଅତିଥିଭାବେ  ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା  ଅଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି  ସଭାଟିକୁ ଉଦଘାଟନ କରିଥିଲେ । କାର୍ଯ୍ୟକାରୀ ସଭାପତି ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁଙ୍କ ସଞ୍ଚାଳନାରେ  ସଂମ୍ମାନିତ ଅତିଥି ଭାବେ ବାଚସ୍ପତିଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି,୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ,  ଥାଲକୁଡି ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ସେଠି, ସମିତିସଭ୍ୟା ଅର୍ଚନା ଦାସ, ଥାଲକୁଡ଼ି ପଞ୍ଚାୟତର ବିଯୁଜନତା ଦଳର ସଭାପତି ବିଜୟ ପାତ୍ର, ଥାଲକୁଡ଼ି ପଞ୍ଚାୟତର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ବାରିକ, ଥାଲକୁଡ଼ି ପଞ୍ଚାୟତର ଯୁବନେତା ଦୀପକ କୁମାର ବାରିକ, କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ, ପାଲଟପୁର ସମିତିସଭ୍ୟ ଧୀରେନ୍ଦ୍ର ମଲ୍ଲିକ,ଦଶରଥପୁର ବ୍ଲକ ଆତ୍ମାର ଅଧକ୍ଷ ଅନ୍ନଦା ପ୍ରସାଦ ପାଣ୍ଡଵ, ବ୍ଲକ ଛାତ୍ର ବିଜେଡି ସଭାପତି ଚିରଞ୍ଜୀବ ତପନ ରାଉତ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୀବ ସାମଲ, ବିଜୁଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ସୋମ୍ୟରଞ୍ଜନ ମଲ୍ଲିକ, ଥାଲକୁଡ଼ି ପଞ୍ଚାୟତର ଛାତ୍ର ବିଜେଡି ସଭାପତି ନନ୍ଦନ ପୃଷ୍ଟି,ପ୍ରମୁଖଙ୍କ ସମେତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ  । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟତ୍ରୀ ରାଜଶ୍ରୀ ନାୟକ, ରଶ୍ମିତା ସାମଲ, ବିନୟ ଲଷ୍ମୀ ସାମଲ, ସ୍ମୃତିସାଗରିକ ତ୍ରିପାଠୀ, ରଶ୍ମୀପ୍ରଭା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *