ଦୁଇ ହୋଟେଲ୍ ସିଲ୍: ବାସି ଖାଦ୍ୟ ସହ ପନିର ଜବତ

କଟକ,୧୮/୦୮/୨୦୨୬ (ଓଡ଼ିଶା ସମାଚାର)- କଟକ ସିଡିଏ ସେକ୍ଟର-୬ରେ ଦୁଇଟି ହୋଟେଲ୍ ଉପରେ ଚଢ଼ାଉ କରାଯାଇଛି । ବାସି ଓ ଅପମିଶ୍ରିତ ଖାଦ୍ୟ ସହ ଏକ୍ସପାରୀ ଦହି ଏବଂ ସିନ୍ଥେଟିକ୍ ପନିର ମିଳିବା ପରେ ହୋଟେଲ୍ ଦୁଇଟିକୁ ସିଲ୍ କରିଛି କେଏମସି ସ୍ୱାସ୍ଥ୍ୟ ବିଭାଗ । ଚଢ଼ାଉ ବେଳେ ହୋଟେଲ୍ ରୋଷେଇ ଘରର ଅସ୍ୱାସ୍ଥ୍ୟକର ପରିବେଶ ସାମ୍ନାକୁ ଆସିଥିଲା ।

ଏହାସହ ବିପୁଳ ପରିମାଣର ବାସି ଖାଦ୍ୟ ମଧ୍ୟ ଜବତ କରାଯାଇଛି । ଦୀର୍ଘଦିନ ଧରି ଫ୍ରିଜରେ ବାସି ଖାଦ୍ୟ ରଖି ଗ୍ରାହକଙ୍କୁ ପରିବେଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଚଢ଼ାଉ କରି ଯାଂଚ କରିଥିଲା କେଏମସି । ଖାଦ୍ୟର ମାନ ଓ ପରିଚ୍ଛନ୍ନତା ନିୟମ ଉଲ୍ଲଂଘନ ନେଇ ହୋଟେଲ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମହାନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ଦିନରେ ଏହି ଚଢ଼ାଉ ଜାରି ରହିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *