କଟକ ସଦର,୧୬/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ଵିଡିଓ ପ୍ରତୀକ ସାହୁ ପ୍ରମୁଖ ସହାୟତା କରିଥିଲେ। 
ସେହିପରି ଉକ୍ତ ବ୍ଲକର ଗତିରାଉତ ପାଟଣା,ନିମେଇଶାପୁର, ଆୟତପୁର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପତାକା ଉତ୍ତୋଳନ କରିଥିବାବେଳେ ଏଥିରେ ସରପଂଚ ସୋନାଲୀ ପ୍ରଧାନ, ଜ୍ୟୋତ୍ସ୍ନାରାଣି ରାଉତ, ରାକେଶ ବେହେରା ପ୍ରମୁଖ ସହାୟତା କରିଥିଲେ। 
ସେହିପରି କିଶନନଗର ଠାରେ ପ୍ରଥମ ରାଜଵନ୍ଦୀ ସ୍ୱର୍ଗତ ରାଜକୃଷ୍ଣ ବୋଷ ଙ୍କ ନାମରେ ନାମିତ ରାଜକୃଷ୍ଣ ବୋଷ ଶିଶୁ ନିକେତନ ରେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ସମାଜସେବୀ ନିରଞ୍ଜନ ସାହୁ ପତକା ଉତ୍ତୋଳନ କରିଥିଲେ।
ସେହିପରି ନିଶ୍ଚିନ୍ତକୋଇଲି ବ୍ଲକ ସିର୍ଲୋ ପାଣ୍ଡବ ଘାଟ ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଏଥିରେ ବରିଷ୍ଠ ସ୍ୱୟଂ ସେଵକ ପବିତ୍ର ମୋହନ ଦାଶ, ବୈଷ୍ଣବ ଚରଣ ଗାୟା, ଚନ୍ଦନ ସେନାପତି,ମନୋଜ ଦାସ,ତପନ ନାୟକ, ଧିରେନ୍ଦ୍ର ସେନାପତି, କାଶୀନାଥ ସ୍ୱାଇଁ, ଲୋକନାଥ ଦାସ, ଗୋବର୍ଦ୍ଧନ ଖୁଣ୍ଟିଆ, କୈଳାସ ପ୍ରଧାନ, ଲକ୍ଷ୍ମୀକାନ୍ତ ଚୌଧୁରୀ ପ୍ରମୁଖ ବହୁ ସ୍ୱୟଂ ସେଵକ ଙ୍କ ସମେତ ସାଧୁଵଟ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ।
