ଭୁବନେଶ୍ୱର,୦୫/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (୍ୟଯାମପୁର ମୌଜା)ଭରତପୁରରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦ୍ଘାଟନୀ ଉତ୍ସବରେ ସଭାପତି ଇଂ ସୁବାସ ଚନ୍ଦ୍ର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉତ୍ସବର ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର ଯୋଗ ଦେଇ ବିଜ୍ଞାନମେଳା ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ତାଙ୍କର ସାରଗର୍ଭକ ଅଭିଭାଷଣରେ ଆଜିର ଜୀବନରେ ବଂଚିବା ପାଇଁ ବିଜ୍ଞାନ ଆବଶ୍ୟକତା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରି ବିଦ୍ୟାମନ୍ଦିରର କୁନି କୁନି ବୈଜ୍ଞାନିକ ତଥା ଗୁରୁଜୀ ଗୁରୁମାମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। 
ସମ୍ମାନିତ ଅତିଥି ପ୍ରଫେସର ତ୍ରିନାଥ ଦାସ, ଆଲୋକ ପାଣିଗ୍ରାହୀ, ଦୀଲେଶ ରାଓ ତଥା ବିଚାରକ ଭାବେ ୟୁନିଟ୍-୮ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନରେଶ କୁମାର ଦାସ ଏବଂ ଅବସରପ୍ରାପ୍ତ ସେନା ଅଧିକାରୀ ଶତ୍ରୁଘ୍ନ ପଣ୍ଡା ଯୋଗ ଦେଇ ବିଜ୍ଞାନ ମେଳାରେ ପ୍ରଦର୍ଶିତ ୧୩୫ଟି ପ୍ରକଳ୍ପ ବୁଲି ମୂ୍ୟଯାଙ୍କନ କରିଥିଲେ। ଏହି ବିଜ୍ଞାନ ପ୍ରକଳ୍ପଗୁଡିକ ବିଦ୍ୟାମନ୍ଦିରର ବିଜ୍ଞାନ ଶିକ୍ଷକ ମିଥୁନ ଦାସ, ଯଦୁନାଥ ବଳିୟାରସିଂହ, ଆଲୋକ କୁମାର ଦାଶ, ଧନେଶ୍ୱର ବେହେରାଙ୍କ ତତ୍ତ୍ୱାବଧାନରେ ପ୍ରଦର୍ଶିତ ହୋଇଥିଲା।
ବିଜ୍ଞାନ ମେଳାର ଉଦ୍ୟାପନ ଉତ୍ସବରେ ବିଦ୍ୟାଳୟର ଉପସଭାପତି ସ୍ବରୂପ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ଏଫ୍.ସି.ଆଇ. ତାଳଚେରର ଅବସରପ୍ରାପ୍ତ ତତ୍ତ୍ୱାବଧାରକ ସୁବାସ ଚନ୍ଦ୍ର ପତି ଯୋଗ ଦେଇ କୁନି କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପରିବେଶ ବିଜ୍ଞାନ ଉପରେ ଅନେକ ଗବେଷଣାତ୍ମକ ତଥ୍ୟ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ମହାନ୍ତି ଯୋଗ ଦେଇ କୁନି କୁନି ବୈଜ୍ଞାନିକ ତଥା ବିଦ୍ୟାଳୟ କର୍ମଚାରୀମାନଙ୍କର ଭୂୟସୀ ପ୍ରଶଂସା କରି କୁନି ବୈଜ୍ଞାନିକମାନଙ୍କ ବୈଜ୍ଞାନିକ ମନବୃତ୍ତିକୁ ଦେଖି ଅଭିଭୂତ ହୋଇଥିଲେ ଏବଂ ଭବି୍ୟଯତରେ ଜଣେ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ହେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ସୁପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ବ୍ୟକ୍ତିଗତ ସଚିବ ସ୍ବରାଷ୍ଟ୍ର ବିଭାଗ, ସାହିତି୍ୟକ ତଥା ସମାଜସେବୀ ତ୍ରିଲୋଚନ ପଣ୍ଡା ଯୋଗ ଦେଇ ବିଜ୍ଞାନ ସମ୍ବନ୍ଧୀୟ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ସଫଳତା ପାଇଁ ଗୁରୁଜୀ, ଗୁରୁମାନଙ୍କ ସହିତ ଅଭିଭାବକ ମାନଙ୍କର ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ବିଦ୍ୟାମନ୍ଦିରର ସମ୍ପାଦକ ଲକ୍ଷ୍ମଣ ଜେନା ଯୋଗ ଦେଇ ସମୟର ସଦୁପଯୋଗ କରି ଜୀବନରେ ସବୁବେଳେ ନୂଆ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ହରିବନ୍ଧୁ ସାମନ୍ତରାୟ ସମସ୍ତ କାଯର୍ୟ ତଦାରଖ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ହରିଶ୍ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ପ୍ରଦାନ, ପ୍ରଧାନ ଆଚାଯର୍ୟ ଦୀପ୍ତିମୟୀ ହରିଚନ୍ଦନ ଧନ୍ୟବାଦ ଅର୍ପଣ ଏବଂ ଗୁରୁମା ଲୋପାମୁଦ୍ରା ବାରିକଙ୍କ ଶାନ୍ତି ପାଠ ପରେ ସଭାସାଙ୍ଗ ହୋଇଥିଲା।
ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ବଦ୍ୟାମନ୍ଦିରର ଉପଦେଷ୍ଟା ରାମଚନ୍ଦ୍ର ଦାସ, ମିନତୀ ଦାଶ, ପ୍ରହଲ୍ଲାଦ ପଣ୍ଣା, ଅକ୍ରୁର ସେଠ୍, ମିନତୀ ଦାସ, ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ବିଜ୍ଞାନ ପ୍ରକଳ୍ପ, ଶିଶୁ ଉଦ୍ୟାନ, ଛୋଟ ମୋର ଗାଁଟି, ଖାଦ୍ୟ ବଜାର ଆଦି ବୁଲି ଦେଖି କୁନି ବୈଜ୍ଞାନିକମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ଥାନୀୟ ଭରତପୁର, ଦୁର୍ଗାମାଧବନଗର, ହନୁମନ୍ତପ୍ରସାଦ, ଜ୍ଞାନଦେବୀ କଲୋନୀ, ୍ୟଯାମପୁର, ନୂଆଗାଁ, ମଳିପଡା, ଅନ୍ଧାରୁଆ ଅଂଚଳରୁ ବହୁ ସଂଖ୍ୟାରେ ଅଭିଭାବକମାନଙ୍କର ସମାଗମ ହୋଇଥିଲେ।
