ଭିତିଭୂମି ପ୍ରଥମେ ସଜାଡ଼, ପରେ ଦାୟିତ୍ୱ ଦେବାକୁ ଆହ୍ୱାନ
ଲକ୍ଷ୍ମୀପୁର ୩୧/୦୭/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ର ଓପେସା ମାଧ୍ୟମରେ କିଛିଦିନ ତଳେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସକାଶେ ୟୁଏ ଏସ ନିୟମ ଲାଗୁ କରାଯାଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପ୍ରତିବାଦ ଜଣାଇଛି। ବ୍ଲକ ଶିକ୍ଷକ ସଂଘ ସଭାପତି ଦୟାନିଧି ଗରଡ଼ା ଙ୍କ ନେତୃତ୍ୱ ରେ ବ୍ଲକ ର ଶତାଧିକ ଶିକ୍ଷକ ସ୍ଥାନୀୟ ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ମାଧ୍ୟମରେ ଯାଇ ବ୍ଲକ ଶିକ୍ଷା ଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଂଚି ଥିଲେ।
ବ୍ଲକ ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବାରୁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମଦନ ମୁଦୁଲି ଙ୍କୁ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ଙ୍କ ସମେତ ମୁଖ୍ୟ ଶାସନ ସଚିବ ଙ୍କ
ଉଦେଶ୍ୟ ରେ ୭ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ।ବିଶେଷ କରି ଅନେକ ବିଦ୍ୟାଳୟ ମାନଙ୍କ ର ଭିତିଭୂମି ନଥିବା ବେଳେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି।ଏପରିକି ଅଧିକାଂଶ ବିଦ୍ୟାଳୟ ଗୁଡିକୁ ରାସ୍ତାଘାଟର ସମସ୍ୟା ସାଙ୍ଗକୁ ନେଟୱର୍କ ନଥିବାରୁ ଶିକ୍ଷକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏସବୁ କିନ୍ତୁ ସରକାର ଙ୍କୁ ଦିଶୁନି ।
ପ୍ରତ୍ୟେକ କ୍ଷେତ୍ରରେ ଶିକ୍ଷା ବିଭାଗକୁ ବ୍ୟବହାର କରା ଯାଉଛି ହେଲେ ଅନ୍ୟ ବିଭାଗ ପ୍ରତି କାହିଁକି ସବୁ ନିୟମ ଲାଗୁ ହେଉନି ବୋଲି ଶିକ୍ଷକ ସଂଘ ଗରଜୀ ଥିବା ବେଳେ ତୁରନ୍ତ ୟୂଏଏସ ପୋର୍ଟାଲ କୁ ସ୍ଥଗିତ କରାଯାଉ,ନଚେତ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷକ ସଂଘ ର ଉପ ସଭାପତି ସୁରେନ୍ଦ୍ର କୁଲଦୀପ,ଜିଲ୍ଲା ଉପ ସଭାନେତ୍ରୀ ବୈଜୟନ୍ତି ମାଳା ଖସଲା,ବ୍ଲକ ଶିକ୍ଷକ ସଂଘ ଉପ ସଭାପତି ସୁକାନ୍ତି ସାହୁ,ସାଧାରଣ ସମ୍ପାଦକ ତ୍ରିନାଥ ମହାପାତ୍ର,ନବରଙ୍ଗପୁର ଜିଲ୍ଲା ଶିକ୍ଷକ ସଂଘ ସମ୍ପାଦକ କ୍ଷେତ୍ର ମୋହନ ବିଶୋଇ,ଉପଦେଷ୍ଟା ନାରାୟଣ ସାହୁ,ମନୋଜ କୁମାର ପରିଡା,ରମେଶ ଦୋରା ଙ୍କ ସମେତ ଲକ୍ଷ୍ମୀପୁର ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।
